ନୂଆଦିଲ୍ଲୀ : ଦେଶରେ କରୋନା ପ୍ରକୋପକୁ ନିୟନ୍ତ୍ରଣ କରିବା ସ୍ଥିତିରେ ଅନ୍ୟାନ୍ୟ ରୋଗଗୁଡ଼ିକର ଚିକିତ୍ସା ପାଇଁ ଯେଭଳି ଅଣଦେଖା କରାଯାଇପାରିବ ନାହିଁ, ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ନବଜାତ ଶିଶୁ, ଗର୍ଭବତୀ ମହିଳା, କର୍କଟ ରୋଗୀ, ଏଚ୍ଆଇଭି, ଥାଲେସେମିଆ, ଡାଏଲେସିସ୍, ପକ୍ଷଘାତ, ଯକ୍ଷ୍ମାଜନିତ ଗୁରୁତର ରୋଗୀମାନଙ୍କ ଜୀବନ ରକ୍ଷାକୁ ନେଇ ଗୁରୁତ୍ବାରୋପ କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଏସବୁ ରୋଗୀମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ତଦାରଖ ପାଇଁ ଆଶା କର୍ମୀମାନଙ୍କୁ ନିୟୋଜିତ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ। ଏହା ପରେ ମୋବାଇଲ୍ କ୍ଲିନିକ୍ ତଥା ସେବାନିବୃତ୍ତ ଚିକିତ୍ସକ ଓ ନର୍ସମାନଙ୍କ ଦ୍ବାରା ରୋଗୀମାନଙ୍କର ଘରକୁ ଯାଇ ଚିକିତ୍ସା ପ୍ରଦାନ କରାଯାଇପାରିବ। ଏହାଛଡ଼ା ଆଶାକର୍ମୀମାନେ ସେମାନଙ୍କର ଅଞ୍ଚଳରେ ତିନି ମାସ ସମୟ ଅବଧିରେ ଜନ୍ମ ଦେଇଥିବା ଗର୍ଭବତୀ ମହିଳାମାନଙ୍କର ତାଲିକା ପ୍ରସ୍ତୁତ କରିବେ ଯାହାଦ୍ବାରା ସେମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ। ବର୍ତ୍ତମାନ ଆଶାକର୍ମୀମାନେ କରୋନା ନିୟନ୍ତ୍ରଣ କରିବା ଅଭିଯାନରେ ତୃଣମୂଳ ସ୍ତରରେ ଯୋଡ଼ି ହୋଇଥିବାର ଅନ୍ୟ ସ୍ବାସ୍ଥ୍ୟ ସେବା ଯେପରି ପ୍ରଭାବିତ ନ ହୁଏ ସେ ନେଇ ସେମାନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଆଶା କର୍ମୀମାନଙ୍କର ଦାୟିତ୍ବ ବଢ଼ିଲା
/sambad/media/post_attachments/wp-content/uploads/2018/08/ASHA-workers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)