ଆଶାରାମଙ୍କ କ୍ଷମା ଆବେଦନ:ବୟସ ଅନୁଯାୟୀ ଦଣ୍ଡ ଅଧିକ ହୋଇଯାଉଛି

ଯୋଧପୁର: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଏବେ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଦଣ୍ଡାଦେଶ କମାଇବାପାଇଁ ସେ ରାଜସ୍ଥାନ ରାଜ୍ୟପାଳଙ୍କ ନିକଟକୁ କ୍ଷମା ଆବେଦନ ପଠାଇଛନ୍ତି। ଆଶାରାମ କହିଛନ୍ତି ଯେ ବୟସ ତୁଳନାରେ ତାଙ୍କ ଦଣ୍ଡ ଖୁବ୍‌ ଅଧିକ ହୋଇଯାଉଛି, ତେଣୁ ତାଙ୍କ ଦଣ୍ଡାଦେଶ କମାଯାଉ। ପୂର୍ବରୁ ଆଶାରାମ୍‌ ତାଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ୍‌ କରି ଜୁଲାଇ ୨ ତାରିଖରେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ତାଙ୍କ ଆବେଦନ ଏଯାବତ୍‌ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନାହିଁ। ଶେଷରେ ଆଶାରାମ୍‌ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ନିକଟକୁ କ୍ଷମା ଆବେଦନ ପଠାଇଛନ୍ତି। ରାଜ୍ୟପାଳ ଏହାକୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ପଠାଇ ଏ ବାବଦରେ ବିସ୍ତତ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର