ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ହୋଇଛି। ଗୁଜରାଟର ଗାନ୍ଧିନଗର ସେସନ୍ସ କୋର୍ଟ ଗତକାଲି ଏହି ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀସାବ୍ୟସ୍ତ କରିବାପରେ ଆଜି ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। ସୁରଟର ଜଣେ ମହିଳା ଭକ୍ତ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଅହମଦାବାଦର ମୋଟେରା ଆଶ୍ରମରେ ଆଶାରାମ ବାପୁ ତାଙ୍କୁ ପ୍ରାୟ ୧୦ ବର୍ଷ ତଳେ ବାରମ୍ବାର ଦୁଷ୍କର୍ମ କରିଥିଲେ ଏବଂ ବଳପୂର୍ବକ ଅଟକ ରଖିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ‌ ଆଶାରାମ ବାପୁଙ୍କ ବିରୋଧରେ ଏହା ଦ୍ବିତୀୟ ଦୁଷ୍କର୍ମ ମାମଲା ଥିଲା। ୮୧ ବର୍ଷୀୟ ଆଶାରାମ ପୂର୍ବରୁ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଏବେ ଯୋଧପୁର ଜେଲ୍‌ରେ ଅଛନ୍ତି। ରାଜସ୍ଥାନରେ ତାଙ୍କ ଆଶ୍ରମରେ ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ସୁରଟର ଜଣେ ମହିଳା ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ‌ ଆସାରାମଙ୍କ ଆଶ୍ରମରେ ସେ ଅନେକ ବର୍ଷ ଧରି ଦୁଷ୍କର୍ମର ଶିକାର ହୋଇଥିଲେ। ଆଶାରାମ ତାଙ୍କୁ ବନ୍ଦୀ କରି ରଖିଥିଲେ ବୋଲି ସେ ଅଭିଯୋଗ କରିଥିଲେ।। ୨୦୧୩ରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ସମୟରେ ମୋଟ ୬୮ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ଅନେକ ଥର ହତ୍ୟା ଧମକ ମିଳିଛି। ଶେଷରେ ଏହି ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।