ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଗତଶନିବାର ସକାଳେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଯାଇଛି। ମନମୋହନଙ୍କ ଚିତାରେ ତାଙ୍କ ବଡ଼ଝିଅ ଉପିନ୍ଦର ସିଂହ ମୁଖାଗ୍ନି ଦେଇଥିଲେ।
ରବିବାର ଡିସେମ୍ବର ୨୯ ତାରିଖରେ ଯମୁନା ନଦୀ କୂଳରେ ସିଂହଙ୍କ ଅସ୍ଥିର ବିସର୍ଜନ କରାଯାଇଛି। ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖି ଦେଶବାସୀ ଭାବୁକ ହୋଇଯାଉଛନ୍ତି।
ଅଧିକପଢ଼ନ୍ତୁ:ଆସନ୍ତାକାଲି ୧୦ ଘଣ୍ଟିଆ ପଞ୍ଜାବ ବନ୍ଦ
ଦିଲ୍ଲୀର ନିଗମବୋଧ ଘାଟରେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଅଧିକପଢ଼ନ୍ତୁ:ନୀତିଶଙ୍କୁ କ୍ରିକେଟର କରିବା ପାଇଁ ତାଙ୍କ ବାପା ନେଇଥିଲେ ବଡ଼ ନିଷ୍ପତ୍ତି
ସେହିପରି ଭୁଟାନର ରାଜା ଜିଗ୍ମେ ୱାଙ୍ଗଚୁକ୍ ଏବଂ ମରିସସ୍ର ବୈଦେଶିକ ମନ୍ତ୍ରୀଙ୍କ ଭଳି ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମୟରେ ଦିଲ୍ଲୀର ନିଗମବୋଧ ଘାଟରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/29/PK4ErHYoJrV0QC9rd5qz.jpg)