ଜେରା ପାଇଁ ହାଜର ‌‌ହେଲେନି ଆଶିଷ ମିଶ୍ର

ଦ୍ବିତୀୟ ସମନ ଜାରି, ପୁଅ ନିର୍ଦ୍ଦୋଷ, ଆଜି ହାଜର ହେବ: ଅଜୟ ମିଶ୍ର

ଲକ୍ଷ୍ନୌ : ଲଖିମପୁର ଖେରି ହିଂସା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର ଜେରା ପାଇଁ ପୁଲିସ ନିକଟରେ ହାଜର ହୋଇନାହାନ୍ତି। ସ୍ବାସ୍ଥ୍ୟଗତ କାରଣ ପାଇଁ ସେ ଶୁକ୍ରବାର ଜେରା ପାଇଁ ହାଜର ହୋଇପାରିନାହାନ୍ତି ବୋଲି ତାଙ୍କ ପିତା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି। ଶନିବାର ସେ ପୁଲିସ ନିକଟରେ ହାଜର ହେବେ ବୋଲି କହିଛନ୍ତି।

ଅନ୍ୟପକ୍ଷେ ପୁଲିସ ଶୁକ୍ରବାର ଦିନ ଆଶିଷ ମିଶ୍ରଙ୍କୁ ଦ୍ବିତୀୟ ସମନ୍‌ ଜାରି କରିଛି। ଶନିବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ ଜେରା ପାଇଁ ହାଜର ହେବାପାଇଁ କୁହାଯାଇଛି। ଯଦି ସେ ଆସନ୍ତାକାଲି ଜେରା ପାଇଁ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ କୁହ‌ାଯାଇଛି । ତେବେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ତାଙ୍କ ପୁଅ ନିର୍ଦ୍ଦୋଷ। ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଘଟଣା ଘଟିବା ସମୟରେ ତାଙ୍କ ପୁଅ ସେଠାରେ ଉପସ୍ଥିତ ନଥିଲେ ଏବଂ ଶନିବାର ପୁଲିସ ସମ୍ମୁଖରେ ହାଜର ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର