ଲଖିମପୁର ଖେରି ହିଂସା ମାମଲା: ଜେଲ୍‌ରୁ ମୁକୁଳିଲେ ଆଶିଷ ମିଶ୍ର

ନୂଆଦିଲ୍ଲୀ : ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ମଙ୍ଗଳବାର ଦିନ ଜେଲ୍‌ରୁ ମୁକୁଳିଛନ୍ତି। ଗତବର୍ଷ ଅକ୍ଟୋବର ୩ରେ ସେ ଲଖିମପୁରରେ ୪ କୃଷକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରଙ୍କ ଜାମିନ ମଂଜୁର କରିଥିଲେ। ଆଶିଷଙ୍କ ଓକିଲ ସୋମବାର ଦିନ ଜାମିନ ନିର୍ଦ୍ଦେଶ ମୁତାବକ ୩ ଲକ୍ଷ ଟଙ୍କାର ୨ଟି ବେଲ୍‌ ବଣ୍ଡ୍‌ ଦାଖଲ କରିବାପରେ ମଙ୍ଗଳବାର ଦିନ ‌ସେ ଜେଲ୍‌ରୁ ମୁକୁଳିଛନ୍ତି। ଅକ୍ଟୋବର ୯ ତାରିଖରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା। କୃଷକଙ୍କ ଉପରେ ଗାଡ଼ି ମଡ଼େଇଥିବା କାର୍‌ରେ ଆଶିଷ ମିଶ୍ର ଥିଲେ ବୋଲି କୃଷକ ସଂଗଠନ ଗୁଡ଼ିକ ଅଭିଯୋଗ କରୁଛନ୍ତି କିନ୍ତୁ ଆଶିଷ ମିଶ୍ର ଏହି ଦାବିକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର