ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ରାଜସ୍ଥାନରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିବ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ ଏହି ଦାବି କରିଛନ୍ତି।

Advertisment

ଏହା ସହ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ୪୦୦ ପାର ହେବା କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଥିସହିତ ଗେହଲଟ କହିଛନ୍ତି ଯେ ରାମ ମନ୍ଦିର ମଧ୍ୟ ୟୁପିଏ ସରକାର ନିର୍ମାଣ କରିଥାନ୍ତେ। କାରଣ ତାହା ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଥିଲା।

ଗତ ଦୁଇଟି ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ବିଷୟରେ ଉଲ୍ଲେଖ କରି ଗେହଲଟ୍ କହିଛନ୍ତି ଯେ ୨୦୧୪ ଏବଂ ୨୦୧୯ରେ ମଧ୍ୟ ସେମାନେ(ବିଜେପି) ବିରୋଧୀଙ୍କ ତୁଳନାରେ କମ୍ ଭୋଟ୍ ପାଇଥିଲେ। ୨୦୧୯ରେ ବିଜେପି ମାତ୍ର ୩୮ ପ୍ରତିଶତ ଭୋଟ ପାଇଥିଲା। ଗେହଲଟ୍ ଏହା ମଧ୍ୟ କହିଛନ୍ତି ଯେ ଆମର ଭୋଟ୍ ବିଭାଜିତ ହୋଇଛି। ଏହା ସହ ଗେହଲଟ କହିଛନ୍ତି, ଇଡି ଓ ସିବିଆଇର ଅପବ୍ୟବହାର ହେଉଛି, ସେମାନେ ୱାସିଂ ମେସିନ୍ ଲଗାଇଛନ୍ତି।

ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, ଇଲେକ୍ଟୋରାଲ ବଣ୍ଡକୁ ନେଇ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ସଫେଇ ଦେଇଛନ୍ତି । କିନ୍ତୁ ଇଲେକ୍ଟୋରାଲ ବଣ୍ଡକୁ ସୁପ୍ରିମକୋର୍ଟ ଭୁଲ ଘୋଷଣା କରିଛନ୍ତି ।