ମୋଦୀଙ୍କ ପରେ ଏବେ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲା କଂଗ୍ରେସ, ତାଙ୍କ ଜାତି ପାଇଁ ତାଙ୍କୁ ରାଷ୍ଟ୍ରପତି କରାଯାଇଥିବା କହିଲେ ଅଶୋକ ଗେହଲୋଟ୍‌

ନୂଆଦିଲ୍ଲୀ : ୨୦୧୯ର ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସବୁ ଦଳ ପରସ୍ପର ବିରୋଧରେ ବୟାନବାଜି ଆରମ୍ଭ କରି ମତଦାତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗି ପଡ଼ିଛନ୍ତିି । ତେବେ ପୂର୍ବରୁ ଦଳ-ଦଳକୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ଦେଶର ରାଷ୍ଟ୍ରପତି ରାମ୍‌ନାଥ କୋବିନ୍ଦଙ୍କୁ ନେଇ ବିବାଦୀୟ ବୟାନ ଦେଇଛି । କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲୋଟ୍‌ ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ଦେଇଥିବା ବେଳେ ଏହା ଚଳିତ ବର୍ଷ ନିର୍ବାଚନର ସବୁଠାରୁ ବିବାଦୀୟ ବୟାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

thehindu.com

ଏକ ବୈଠକରେ ଯୋଗ ଦେଇ ରାମ୍‌ନାଥ କୋବିନ୍ଦଙ୍କୁ ତାଙ୍କ ଜାତିକୁ ଆଖି ଆଗରେ ରଖି ରାଷ୍ଟ୍ରପତି କରାଯାଇଛି ବୋଲି କହିଛନ୍ତି ଅଶୋକ ଗେହଲୋଟ । ତାଙ୍କ କହିବା ଅନୁଯାୟୀ, ବିଜେପି ରାମ୍‌ନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିବା ପଛର କାରଣ ହେଉଛି ତାଙ୍କର ଜାତି । ୨୦୧୭ରେ ପୂର୍ବରୁ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନରେ କୋବିନ୍ଦ କୋଲି ସମୁଦାୟକୁ ଖୁସି କରାଇ ପାରିଥିଲେ । ଗୁଜୁୁରାଟରେ କୋଲି ସମୁଦାୟର ସଂଖ୍ୟା ଅଧିକ ଥିବା ସହ ସେମାନେ କୋବିନ୍ଦଙ୍କୁ ଅଧିକ ମାନୁଥିବାରୁ ବିଧାନସଭା ନିର୍ବାଚନରେ ଜିତିବା ଆଶାରେ ବିଜେପି ଏଭଳି ପଦକ୍ଷେପ ନେଇଥିଲା ବୋଲି କହିଛନ୍ତି ଅଶୋକ ଗେହଲୋଟ୍‌ ।

ସମ୍ବନ୍ଧିତ ଖବର