ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ନିଜ ପୁଅକୁ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍‌ ଦେବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି। ତେବେ ଏହାକୁ ବିରୋଧ କରୁଛନ୍ତି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ । ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍‌ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଅଛନ୍ତି। ସେ ସବାଇ ମାଧୋପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

Advertisment

ଏ ସଂପକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି ପୁଅ ବୈଭବ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ରହିଛି। ପାଞ୍ଚ ବର୍ଷ ତଳେ ଯେତେବେଳେ କଂଗ୍ରେସ ଦଳ ନିର୍ବାଚନରେ ପରାଜୟ ବରଣ କରିଥିଲା। ସେତେବେଳେ ବୈଭବ ଜଲୌର୍‌ -ସିରୋହୀରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ମାତ୍ର ତାଙ୍କୁ ଟିକେଟ ମିଳିନଥିଲା। ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୈଭବଙ୍କୁ ଏଥର ଲୋକସଭା ପାଇଁ ଟିକେଟ୍‌ ଦେବେ, ତେବେ ସେ ନିର୍ବାଚନ ଲଢିବେ।

publive-image

ଏଣେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରିୟ ବୋଲି କୁହାଯାଉଥିବା ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ବୈଭବ ଗେହଲଟ୍‌ଙ୍କୁ ଟିକେଟ୍‌ ନ ଦେବାଲାଗି ରାହୁଲଙ୍କୁ ପ୍ରବର୍ତ୍ତାଇଥିବା ଚର୍ଚ୍ଚା ହେଉଛି।