ଲକ୍ଷ୍ନୌରୁ ଚାଲି ଚାଲି ନିଜ ଘରକୁ ଫେରୁଥିବା ଲୋକକୁ ଏଭଳି ଭାବେ ସାହାଯ୍ୟ କଲା ପୁଲିସ୍‌

ହର୍ଦୋଇ: କରୋନା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ଆଉ ସାଧାରଣ ଲୋକଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ପରିସ୍ଥିତିରେ ଉତ୍ତପ୍ରଦେଶର ଲକ୍ଷନପୁର ଜିଲ୍ଲାର ପୁଲିସ୍‌ ଅଧିକାରୀମାନେ ଜଣେ ବ୍ୟକ୍ତି ପ୍ରତି ‌ଯେଉଁ ଭଳି ଭାବେ ମାାନବିକତା ପ୍ରଦର୍ଶନ କରିଛନ୍ତି ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କାରଣ ପାଲଟିଛି। ଲଖନପୁର ଜିଲ୍ଲାର ବାସିନ୍ଦା ସନ୍ଦୀପ ସିଂହ ଲକ୍ଷ୍ନୌରୁ ନିଜ ଘରକୁ ଫେରୁଥିବା ବେଳେ ଲକ୍‌ଡାଉନ୍‌ ପ୍ରଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଯେପରି ଭାବେ ପୁଲିସ୍‌ ତାଙ୍କୁ ସହାୟତାର ହାତ ବଢ଼ାଇଛି ତାହା ମଣିଷପଣିଆର ଏକ ଜ୍ବଳନ୍ତ ନମୂନା ବୋଲି କୁହାଯାଇପାରେ।

ସିଂହଙ୍କ କହିବା ଅନୁସାରେ ଲକ୍‌ଡାଉନ୍‌ ହେତୁ ଯାନବାହନ ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଥିବା କାରଣରୁ ସେ ନିଜ ଘରେ ପହଞ୍ଚିବାକୁ ଚାଲି ଚାଲି ଆସୁଥାନ୍ତି। ତାଙ୍କୁ କିଛି ପୁଲିସ୍‌ ଅଧିକାରୀ ଦେଖିବା ପରେ ତାଙ୍କ ଖାଦ୍ୟପାନୀୟ କଥା ବୁଝିବା ସହ ତାଙ୍କୁ ତାଙ୍କ ଘରେ ଛାଡ଼ି ଦେବା ପାଇଁ ଆବଶ୍ୟକୀୟ ଯାନ ର ବି ଯୋଗାଡ଼ କରି ଦେଇଥିଲେ। ଅନେକ ଦୂରରୁ ପାଦରେ ଚାଲି ଚାଲି ଆସିଥିବା ସିଂହ ପୁଲିସ୍‌ଠାରୁ ସହାୟତା ପାଇବା ପରେ ସେ ନିଜର ଖୁସି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବା ପରେ ଭାରତରେ ମଧ୍ୟ ଏହାର ପ୍ରଭାବ ଳଦିନକୁ ଦିନ ବଢ଼ିବା ପରେ କେନ୍ଦ୍ର ସରକାର ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ‌ଘୋଷଣା କରିଛନ୍ତି।

 

ସମ୍ବନ୍ଧିତ ଖବର