ନୂଆଦିଲ୍ଲୀ: ୨୦୨୫ ଏସିଆ କପର ଶେଷ ଗ୍ରୁପ୍ ବି ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଶ୍ରୀଲଙ୍କା ଦଳ ସହଜରେ ୬ ୱିକେଟରେ ବିଜୟୀ ହେବା ସହିତ ସୁପର ଫୋରରେ ନିଜ ସ୍ଥାନକୁ ସୁରକ୍ଷିତ କରିଥିଲା। 
ଖେଳ ଶେଷ ହେବାପରେ ଶ୍ରୀଲଙ୍କାର ପ୍ଲେଇଂ ଇଲେଭେନର ଅଂଶ ଥିବା ୨୨ ବର୍ଷୀୟ ଅଲରାଉଣ୍ଡର ଡୁନିଥ୍ ୱେଲାଲେଜଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। 

Advertisment

ସୁରଙ୍ଗା ୱେଲାଲେଜଙ୍କ ସେପ୍ଟେମ୍ବର ୧୮ ସକାଳେ ଦେହାନ୍ତ ହୋଇଥିବା ବେଳେ ମ୍ୟାଚ୍ ପରେ ହିଁ ପୁଅ ଡୁନିଥଙ୍କୁ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦିଆଯାଇଥିଲା। ବାପାଙ୍କୁ ହରାଇବାର ଖବର ପାଇବା ପରେ କ୍ରିକେଟର ଘରକୁ ଆସିବାର ବ୍ୟବସ୍ଥା କରିଥିଲେ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଦଳ ଟୁର୍ଣ୍ଣାମେଣ୍ଟରେ ତାର ବିଜୟ ଧାରା ବଜାୟ ରଖି ସହଜରେ ୬ ୱିକେଟରେ ମ୍ୟାଚ୍ ଜିତିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ, ଆଫଗାନିସ୍ତାନ ୨୦ ଓଭରରେ ୮ ୱିକେଟ ହରାଇ ୧୬୯ ରନ କରିଥିଲା। ଶ୍ରୀଲଙ୍କା ସେପ୍ଟେମ୍ବର ୨୦ରେ ସୁପର-୪ ରେ ବାଂଲାଦେଶ ବିପକ୍ଷରେ ଖେଳିବ।