ରାଜଗିର (ବିହାର): ପୁରୁଷ ହକି ଏସିଆ କପର ସୁପର-ଫୋର ରାଉଣ୍ଡରେ ଭାରତ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଛି। ଆଜି ଅର୍ଥାତ୍ ସେପ୍ଟେମ୍ବର ୪ ରେ ଭାରତୀୟ ଦଳ ମାଲେସିଆ ବିପକ୍ଷରେ ୪-୧ ଗୋଲରେ ଚମତ୍କାର ବିଜୟ ହାସଲ କରିଛି। ଏବେ ଭାରତର ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୬ ତାରିଖରେ ଚୀନ୍ ବିପକ୍ଷରେ ହେବ। ଏହା ପୂର୍ବରୁ ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ ୨-୨ ଡ୍ର ରହିଥିଲା ।
ମନପ୍ରୀତ ସିଂହ (୧୭ତମ ମିନିଟ୍), ସୁଖଜିତ ସିଂହ (୧୯ତମ ମିନିଟ୍), ଶିଳାନନ୍ଦ ଲାକ୍ରା (୨୪ତମ ମିନିଟ୍) ଏବଂ ବିବେକ ସାଗର ପ୍ରସାଦ (୩୮ତମ ମିନିଟ୍) ଭାରତୀୟ ଦଳ ପାଇଁ ଗୋଲ ଦେଇଥିଲେ। ମ୍ୟାଚ୍ ର ଦ୍ୱିତୀୟ ମିନିଟ୍ ରେ ଗୋଲ ଖାଇବା ପରେ, ଭାରତ ଦୁଇ ମିନିଟ୍ ମଧ୍ୟରେ ଦୁଇଟି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଲାକ୍ରା ତୃତୀୟ ଗୋଲ ଦେଇଥିଲେ ଏବଂ ଆୟୋଜକ ଦଳ ୩-୧ରେ ଆଗୁଆ ହୋଇଯାଇଥିଲା। ୩୮ତମ ମିନିଟ୍ ରେ ଭାରତ ଆଉ ଏକ ଗୋଲ ଦେଇ ୪-୧ରେ ଅଗ୍ରଣୀ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/04/g0a5lzexsaapawm-2025-09-04-22-00-59.jpg)