ନୂଆଦିଲ୍ଲୀ: ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିହାରର ରାଜଗିରରେ ହେବାକୁ ଥିବା ଏସିଆ କପ୍ ପାଇଁ ବୁଧବାର ଘୋଷଣା କରାଯାଇଥିବା ଦଳରେ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଦିଲପ୍ରୀତ ସିଂହ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ବିଜୟୀ ହୋଇଥିବା ଦଳ ଆସନ୍ତା ବର୍ଷ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମରେ ଅଗଷ୍ଟ ୧୪ ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ବିଶ୍ୱକପରେ ସିଧାସଳଖ ପ୍ରବେଶ ପାଇବେ।
ତେବେ ଘୋଷଣା କରାଯାଇଥିବା ଟିମ୍ର ଅଧିନାୟକ ହୋଇଛନ୍ତି ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ ସିଂହ। ରାଜିନ୍ଦର ସିଂହ, ଲାକ୍ରା ଏବଂ ଦିଲପ୍ରୀତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ଅଂଶ ଥିଲେ। ରାଜିନ୍ଦରଙ୍କୁ ଶମଶେର ସିଂହଙ୍କ ସ୍ଥାନରେ ଚୟନ କରାଯାଇଥିଲା, ଯେତେବେଳେ ଲାକ୍ରା, ଲଳିତ ଉପାଧ୍ୟାୟଙ୍କ ସ୍ଥାନରେ ଆସିଥିଲେ। ଲଳିତ ଉପାଧ୍ୟାୟ ବର୍ତ୍ତମାନ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି।
ଏସିଆ କପରେ ଭାରତକୁ ପୁଲ ଏ'ରେ ଜାପାନ, ଚୀନ୍ ଏବଂ କାଜାଖସ୍ତାନ ସହିତ ରଖାଯାଇଛି। ଭାରତୀୟ ଦଳ ଅଗଷ୍ଟ ୨୯ରେ ଚୀନ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଅଗଷ୍ଟ ୩୧ରେ ଜାପାନ ଏବଂ ସେପ୍ଟେମ୍ବର ୧ରେ କାଜାଖସ୍ତାନ ବିପକ୍ଷରେ ଖେଳିବ।
ଭାରତୀୟ ଟିମ୍ରେ ଏହି ଖେଳାଳିଙ୍କୁ ମିଳିଛି ଏହି ଦାୟିତ୍ବ
ଗୋଲକିପର: ସୁରଜ କରକେରା, କୃଷ୍ଣ ବି ପଠକ।
ଡିଫେଣ୍ଡର: ହରମନପ୍ରୀତ ସିଂ, ଅମିତ ରୋହିଦାସ, ଜରମନପ୍ରୀତ ସିଂ, ସୁମିତ, ସଞ୍ଜୟ ଏବଂ ଯୁଗରାଜ ସିଂ।
ମିଡଫିଲ୍ଡ: ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ରଜିନ୍ଦର, ରାଜ କୁମାର ପାଲ ଏବଂ ହାର୍ଦ୍ଦିକ ସିଂ।
ଫରୱାର୍ଡ: ମନଦୀପ ସିଂ, ଅଭିଷେକ, ସୁଖଜିତ୍ ସିଂ, ଶିଲାନନ୍ଦ ଲାକ୍ରା ଏବଂ ଦିଲପ୍ରୀତ ସିଂ।
ରିଜର୍ଭ ଖେଳାଳି: ନୀଲମ ସଞ୍ଜୀବ ସେସ ଏବଂ ସେଲବମ କାର୍ତ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/20/t-2025-08-20-16-16-13.jpg)