ବ୍ରହ୍ମସର ଶକ୍ତି ଦେଖି ଚକିତ ଦକ୍ଷିଣ-ପୂର୍ବ ଏସୀୟ ଦେଶ, କିଣିବାକୁ ଆଗ୍ରହ

ନୂଆଦିଲ୍ଲୀ: ଭାରତର ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ୍‌ର ଶକ୍ତି ଓ ପରାକ୍ରମ ଦେଖି ଦକ୍ଷିଣପୂର୍ବ ଏସୀୟ ଦେଶମାନେ ଚକିତ ହୋଇଯାଇଛନ୍ତି ଓ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଭିଏତନାମ, ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ ।

ଭାରତ ଓ ଋଷିଆର ମିଳିତ ସହଯୋଗରେ ବିକଶିତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଆରମ୍ଭରୁ ହିଁ ଚୀନ ଓ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇ ରହିଛି । ଏହାର କାରଣ ହେଉଛି ଆକାଶରୁ ଛଡା ଯାଉଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସ୍ୱତନ୍ତ୍ର ସଂସ୍କରଣଟି ଏବେ ବିଶ୍ୱର ସବୁଠାରୁ ଦ୍ରୁତଗାମୀ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଅଟେ । ଏବେ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ଏହାକୁ କିଣିଲେ ଚୀନର ଚିନ୍ତା ବଢିଯାଇଛି । କାରଣ ଏସବୁ ଦେଶଙ୍କ ସହ ଚୀନର ବିବାଦ ରହିଛି ।

ଗତକାଲି ଭାରତ ରାଜସ୍ଥାନର ପୋଖରାନ ଟେଷ୍ଟ ରେଞ୍ଜରେ ସଫଳତାର ସହିତ ଏହି ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର କୁ ଲଢ଼ୁଆ ବିମାନ ‘ସୁଖୋଇ’ରୁ ପରୀକ୍ଷଣ କରାଯାଇଥିଲା । ଧ୍ୱନୀର ଗତି ଠାରୁ ୩ ଗୁଣ ଅଧିକ ବେଗରେ ଗତି କରୁଥିବା ଓ ଭାରତ-ରୁଷର ମିଳିତ ସହଯୋଗରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ମାରକ କ୍ଷମତା ୨୯୦ କିଲୋମିଟର ରଖାଯାଇଛି। ଏହାର ବିକାଶ କରାଯାଇ ଖୁବ୍ ଶୀଘ୍ର ଏହାକୁ ୪ଶହ କିଲୋମିଟରକୁ ବୃଦ୍ଧି କରାଯିବା ପାଇଁ ଯୋଜନା କରାଯାଉଛି ।

ସମ୍ବନ୍ଧିତ ଖବର