ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି। ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଆମ ଦେଶକୁ ମିଳିଥିବା ୧୧ତମ ପଦକ ତଥା କ୍ରିକେଟରୁ ପ୍ରଥମ ସ୍ବର୍ଣ୍ଣ। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଭାରତ ପକ୍ଷରୁ ଦିଆଯାଇଥିବା ୧୧୭ ରନ୍ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଟିମ୍ ୮ ଓ୍କିକେଟ୍ରେ ୯୭ ରନ୍ କରି ପାରିଥିଲେ। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏଥର ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ସ୍ବର୍ଣ୍ଣ ପଦକ ଜିତିବା ଦେଶ ପାଇଁ ଏକ ଗୌରବର କଥା।
🇮🇳 𝑯𝒊𝒔𝒕𝒐𝒓𝒚-𝒎𝒂𝒌𝒆𝒓𝒔!
The incredible women's cricket team of India strike GOLD for the first time ever, clinching a thrilling victory against Sri Lanka! 🥇🎉 Let's celebrate these remarkable women who've made India proud at #AsianGames2022! 🥳👏 #Cheer4Indiapic.twitter.com/0xUrGdgfbA
— SAI Media (@Media_SAI) September 25, 2023
ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରି ୧୧୬ ରନ୍ କରିଥିଲା। ଏହାପରେ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କାର ଆରମ୍ଭ ହିଁ ଖରାପ ପ୍ରଦର୍ଶନରୁ ହୋଇଥିଲା। ୧୪ ରନ୍ କରିବା ଭିତରେ ହିଁ ଟିମ୍ ୩ଟି ୱିକେଟ୍ ହରାଇ ସାରିଥିଲା। ୩ ୱିକେଟ୍ ପରେ ହସିଦୀ ପରେରା ତାଙ୍କ ଉଦ୍ୟମ ବଳରେ ଦଳକୁ ୫୦ ରନ୍ର ସ୍କୋର୍ ପର୍ଯ୍ୟନ୍ତି ଭିଡ଼ି ନେବାକୁ ସମର୍ଥ ହୋଇଥିଲେ। ସେ ଦଳର ସର୍ବାଧିକ ୨୫ ରନ୍ କରିଥିବା ବେଳେ ଶ୍ରୀଲଙ୍କା ବିଜୟ ଲାଭ କରି ପାରି ନଥିଲା। ଭାରତ ପକ୍ଷରୁ ଟିଟାସ୍ ସିଦ୍ଧୁ ସର୍ବାଧିକ ୩ ଉଇକେଟ୍ ନେଇ ଶ୍ରୀଲଙ୍କାକୁ ବିଜୟଠାରୁ ଦୂରରେ ରଖିଥିଲେ।
ଏହାପୂର୍ବରୁ, ଏସୀୟ ଗେମ୍ସ-୨୦୨୩ରେ ୧୦ ମିଟର ପୁରୁଷ ଏୟାର ରାଇଫଲ ବର୍ଗରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର୍ ୧୦ ମିଟର ପୁରୁଷ ରାଇଫଲ ଫାଇନାଲ୍ ଇଣ୍ଡିଭିଜୁଆଲ୍ ଇଭେଣ୍ଟ୍ରେ ବ୍ରୋଞ୍ଜ ଜିତିଥିଲେ। ଏହାଛଡ଼ା ଆମ ଦେଶ ୨୫ ମିଟର୍ ରାପିଡ୍ ଫାୟାର୍ ପିସ୍ତଲରେ ବ୍ରୋଞ୍ଜ୍ ଜିତିଥିଲା। କେବଳ ସେତିକି ନୁହେଁ, ନୌଚାଳନା ବା ରୋଇଂରେ ମଧ୍ୟ ଭାରତ ୨ଟି ବ୍ରୋଞ୍ଜ୍ ପଦକ ଜିତିଛି।