ଏସିଆନ୍‌ ପାର୍ଲାମେଣ୍ଟ୍ରି ଆସେମ୍ଲି ମିଟ୍‌, ପାକିସ୍ତାନକୁ ଭର୍ତ୍ସନା କଲେ ଥରୁର୍‌

ନୂଆଦିଲ୍ଲୀ: ଏସିଆନ୍‌ ପାର୍ଲାମେଣ୍ଟ୍ରି ଆସେମ୍ଲି (ଏପିଏ) ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାକୁ ଭର୍ତ୍ସନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର। ଏପିଏ ସମ୍ମିଳନୀ ସର୍ବିୟାର ରାଜଧାନୀ ବେଲ୍‌ଗ୍ରେଡରେ ଅନୁଷ୍ଠିତ ହୋଇଛି। ଏଥିରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ସ୍ଥାନୀୟ ଲୋକଙ୍କୁ ଘୋର ଦୁର୍ଦ୍ଦିନରେ ଅତ୍ୟାଚାରିତ କରି ରଖିଛି ବୋଲି କହିବାରୁ ଏହାକୁ ଥରୁର କଡ଼ା ସମାଲୋଚନା କରିଥିଲେ। ପାକିସ୍ତାନର ମିଥ୍ୟା ଓ ବିଭ୍ରାନ୍ତି ସୀମା ଟପିଯାଉଛି ଏବଂ ଭାରତର ଆନ୍ତରିକ ମାମଲାକୁ ଏଭଳି ମଂଚରେ ଉଠାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ମଂଚର ଦୁରୁପଯୋଗ କରୁଥିବାରୁ ଏହାକୁ ରୋକାଯିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର