ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଶ୍ରୀନଗରସ୍ଥିତ ଏସିଆର ସର୍ବବୃହତ୍‌ ଟ୍ୟୁଲିପ୍‌ ଫୁଲ ଉଦ୍ୟାନ

ଶ୍ରୀନଗର: ରବିବାର ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି ଶ୍ରୀନଗରସ୍ଥିତ ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ୟୁଲିପ୍‌ ଗାର୍ଡେନ୍‌।
ଏସିଆର ସର୍ବବୃହତ୍‌ ଟ୍ୟୁଲିପ୍‌ ଗାର୍ଡେନ୍‌ ଭାବେ ବିବେଚିତ ଏହି ଉଦ୍ୟାନ ଡାଲ୍‌ ହ୍ରଦ କୂଳ ଅନ୍ତର୍ଗତ ଜବର୍‌ଓ୍ଵାନ୍‌ ପର୍ବତ ଶ୍ରେଣୀ ପାଦଦେଶରେ ଅବସ୍ଥିତ।

ଫୁଲଚାଷ ବିଭାଗର ଅଧିକାରୀମାନେ କହନ୍ତି, ଏ ବର୍ଷ ଏହି ଉଦ୍ୟାନରେ ୧, ୨୫ ନିୟୁତ ଟ୍ୟୁଲିପ୍‌ କନ୍ଦା ୧୦ ହେକ୍ଟର୍‌ ବିଶିଷ୍ଟ ଉଦ୍ୟାନରେ ରୋପଣ କରାଯାଇଛି। ପ୍ରଥମ ଦିନ ଏଠାରେ ଶତକଡ଼ା ୨୦ ଭାଗ ଫୁଲ ଫୁଟିଛି। ଆଉ ଅଳ୍ପ କିଛି ଦିନ ମଧ୍ୟରେ ଉଦ୍ୟାନର ସମସ୍ତ ଗଛରେ ଫୁଲ ଫୁଟିଯିବ। ୪୮ ପ୍ରକାର ଜାତି ଓ ରଙ୍ଗରେ ଫୁଟିଥିବା ଏହି ଫୁଲର ଦୃଶ୍ୟ ଦର୍ଶକମାନଙ୍କ ମନ ମୋହି ନେବ।

ରାଜ୍ୟ ଫୁଲଚାଷ ମନ୍ତ୍ରୀ ଜାବେଦ ମୁସ୍ତାଫା ମିର୍‌ କହନ୍ତି: ଏ ବର୍ଷ କଶ୍ମୀରକୁ ଯଥେଷ୍ଟ ପର୍ଯ୍ୟଟକ ଆସିବେ।

ଟ୍ୟୁଲିପ୍‌ ଫୁଲର ଆୟୁଷ ଅତି ସ୍ୱଳ୍ପ। ବସନ୍ତ କାଳରେ ଫୁଟୁଥିବା ଏହି ଫୁଲ ମାତ୍ର ଗୋଟିଏ ପକ୍ଷ ରହେ।

ସମ୍ବନ୍ଧିତ ଖବର