ଅସୀମ ମୁନିର ପାକିସ୍ତାନର ନୂଆ ସେନାମୁଖ୍ୟ

ଇସଲାମାବାଦ: ଲେଫ୍ଟନାଣ୍ଟ ଜେ‌ନେରାଲ ସୟଦ ଅସୀମ ମୁନୀର ପାକିସ୍ତାନର ନୂଆ ସେନାମୁଖ୍ୟ ନିଯୁକ୍ତ ହୋଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଅସୀମ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ପଦବିରେ ବସିବେ। ବିଦାୟୀ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କଠାରୁ ସେ ଆସନ୍ତା ନଭେମ୍ବର ୨୯ ତାରିଖ‌ରେ ଦ‌ାୟିତ୍ବଭାର ଗ୍ରହଣ କରିବେ। ନୂଆ ସିଓଏଏସ (ଚିଫ୍‌ ଅଫ ଆର୍ମି ଷ୍ଟାଫ୍‌) ମୁନୀର ପାକିସ୍ତାନର ୧୭ତମ ସେନା ମୁଖ୍ୟ ହେବେ। ସେନା ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ମୁନୀର ନୂଆ ସେନାମୁଖ୍ୟ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଲେଫ୍ଟନାଣ୍ଟ୍‌ ଜେନେରାଲ ମୁନୀରଙ୍କୁ ନୂଆ ସେନା ମୁଖ୍ୟ ଘୋଷଣା କରିବା ସହ କହିଛନ୍ତି, ଏହି ନିଯୁକ୍ତି ଆଇନ ଏବଂ ସମ୍ବିଧାନ ଅନୁଯାୟୀ ହୋଇଛି।

ସମ୍ବନ୍ଧିତ ଖବର