ଅସୀମ ମୁନୀର ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ମୁଖ୍ୟ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅସୀମ ମୁନୀର ପାକିସ୍ତାନର କୁଖାତ ତଥା କ୍ଷମତାଶାଳୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ନିକଟରେ ଲେପ୍ଟନାଣ୍ଟ ଜେନେରାଲ ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ନିକଟରେ ପାକ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜୱାଙ୍କ ଅଧ୍ୟକ୍ଷତାରେ ଥିବା ଆର୍ମି ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ପଦନ୍ନୋତିକୁ ମଂଜୁରୀ ଦିଆଯାଇଥିଲା । ସେ ନାଭିର ମୁକତାରଙ୍କ ସ୍ଥାନ ନେବେ । ସେ ଗତ ୨୦୧୬ରୁ ଆଇଏସଆଇର ପ୍ରମୁଖ ଥିଲେ । ସେ ପୂର୍ବରୁ ନର୍ଦନ କମାଣ୍ଡ ଦାୟିତ୍ବରେ ମଧ୍ୟ ଥିଲେ । ଭାରତ ବିରୋଧରେ ପାକିସ୍ତାନ କରୁଥିବା ସବୁ ପ୍ରକାରର ଷଡଯନ୍ତ୍ର ଓ ଆତଙ୍କବାଦୀ କାଣ୍ଡ ପଛରେ ଆଇଏସଆଇ ଥିବା ଭାରତ ସରକାର ବିଶ୍ବାସ କରନ୍ତି ।

ସମ୍ବନ୍ଧିତ ଖବର