ଜାଣନ୍ତୁ, କେଉଁ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ନାହିଁ ବୋଲି କହିଲେ ନବ ନିର୍ବାଚିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସର୍ବୋଚ୍ଚ ଅନୁଷ୍ଠାନ ବିସିସିଆଇର ନୂତନ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ଖ୍ୟାତନାମା କ୍ରିକେଟିୟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ନିବ ନିର୍ବାଚିତ ସଭାପତି ଗାଙ୍ଗୁଲି ଆସନ୍ତା ଅକ୍ଟୋବର ୨୩ ତାରିଖରେ ତାଙ୍କର ନୂତନ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ, ବିସିସିଆଇର ନୂତନ ସଭାପତି ରୂପେ ନିର୍ବାଚିତ ହେବା ପରେ ପରେ ଏକ ସାମ୍ବାଦିକ ସମ୍ମଳନୀରେ ସେ ଯୋଗ ଦେବାଥିବା ଅବସରରେ ସାମ୍ବାଦିକମାନେ ଗୁରେଇ ତୁରେଇ ତାଙ୍କୁ ଏକାଧିକ ପ୍ରଶ୍ନ ପଚାରିଥିଲେ।

ଏହି ଅବସରରେ, ଏକାଧିକ କାରଣକୁ ନେଇ ସଂପ୍ରତି ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ଦ୍ୱିପାକ୍ଷିକ ସଂପର୍କ ନଥିବା ବେଳେ; ଜଣେ ସାମ୍ବାଦିକ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରିଥିଲେ ଯେ ‘ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ଶୃଙ୍ଖଳା (ସିରିଜ୍‌) ପୁଣି କେବେଠାରୁ ଦେଖିବା ପାଇଁ ମିଳିବ’?

The Quint

ଏହାର ଉତ୍ତର ଦେବାକୁ ଯାଇ ଗାଙ୍ଗଲି କହିଥିଲେ, ‘ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ? ଭଲ ହେବ, ଯଦି ଏ ପ୍ରଶ୍ନକୁ ଆପଣ ମୋଦୀ ଜୀ କିମ୍ବା ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ପଚାରିବେ? କାରଣ, ଏ ପ୍ରଶ୍ନର କେବଳ ମାତ୍ର ସେଇମାନେ ହିଁ ଦେଇ ପାରିବେ। ମୁଁ ନୁହେଁ’!

ସମ୍ବନ୍ଧିତ ଖବର