ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦୀ ଜଣେ ବଡ଼ ଦାବିଦାର ଖବରକୁ ଖଣ୍ଡନ କଲେ ଆସଲେ ଟୋଜେ

ନୂଆଦିଲ୍ଳୀ: ବୁଧବ‌ାର ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର ବୋଲି କହିଥିବା ଅଧିକାଂଶ ଜାତୀୟ ଗଣମା‌ଧ୍ୟମରେ ପ୍ରକାଶ ପାଇଥିଲା। ବିଭିନ୍ନ ଟିଭି ଚାନେଲ୍ ଓ ଡିଜିଟାଲ୍ ମିଡିଆରେ ଏହା ପ୍ରକାଶ ପାଇଥିଲା କି ଟୋଜେ କହିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ୍ ଏବଂ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ କ୍ଷମତା ଅଛି ଓ ସେ ନୋବେଲ୍ ଶାନ୍ତି ପୁରସ୍କାର ପାଇବାକୁ ଦାବିଦାର। ମାତ୍ର ଏହି ଖବର ପ୍ରକାଶ ପାଇବା ପରେ ସେ ଏହାକୁ ଅସ୍ବୀକାର କରିବା ସହ ସେ ଏପରି କହିନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ଟୋଜେ । ଏହା ଏକ ମିଥ୍ୟା ଖବର ବୋଲି ପ୍ରକାଶ କରିଥିଲେ। 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ  ଆସଲେ ଟୋଜେ ନରୱେ ନୋବେଲ କମିଟିର ଉପନେତା ଅଟନ୍ତି। ସେ ଏବିପି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ  କହିଛନ୍ତି ଯେ ପିଏମ ମୋଦୀ ବିଶ୍ୱରେ ଶାନ୍ତିର ଅନ୍ୟତମ ବିଶ୍ୱସ୍ତ ଚେହେରା। ପ୍ରାୟ ଏକ ବର୍ଷ ଧରି ଚାଲିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ରୋକିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଏପରି ନେତା ଯିଏ କେବଳ ଭାରତ ତଥା ଏହାର ଅର୍ଥନୀତିର ଉନ୍ନତିର ଯତ୍ନ ନେଉନାହାନ୍ତି ବରଂ ପୃଥିବୀର ବିଭିନ୍ନ କାର୍ଯ୍ୟରେ ସହଯୋଗ କରନ୍ତି ବୋଲି ଟୋଜେ କହିଥିବା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର