ନୂଆଦିଲ୍ଲୀ: ନରେନ୍ଦ୍ର ମୋଦଙ୍କ ନେତୃତ୍ୱାଧୀନ ଏନ୍ଡିଏ (ନ୍ୟାସନାଲ ଡେମୋକ୍ରାଟିକ୍ ଏଲାଏନ୍ସ)କୁ ପୁଣି ଆଜି ଏକ ଶକ୍ତ ଧକ୍କା ଲାଗିଛି। ଏନ୍ଡିଏର ବହୁ ପୁରୁଣା ସହଯୋଗୀ ଆସାମ ଗଣ ପରିଷଦ ଆଜି ଏନ୍ଡିଏ ସହ ତାହାର ସଂପର୍କ ଛିନ୍ନ କରିଥିବା ଘୋଷଣା କରିଛି। ନାଗରିକ ବିଲ୍ (ସିଟିଜିନ୍ସିପ୍ ବିଲ୍)କୁ ମଙ୍ଗଳବାର ନରେନ୍ଦ୍ର ମୋଦିଙ୍କ ଏନ୍ଡିଏ ସରକାର ସଂସଦରେ ଗୃହୀତ କରାଇବାକୁ ଯାଉଥିବାରୁ ଏହାର ପ୍ରତିବାଦ କରି ଆସାମ ଗଣ ପରିଷଦ ଆଜି ଠାରୁ ଏନ୍ଡିଏ ସହ ତାହାର ସଂପର୍କ ଛିନ୍ନ କରିଛି ବୋଲି ଆସାମ ଗଣ ପରିଷଦର ସଭାପତି ଅତୁଲ ବୋରା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏସଂପର୍କରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଲିଖିତ ଭାବେ ଜଣାଇ ଦେଇଥିବା କହିଛନ୍ତି। ଆସାମ ଗଣ ପରିଷଦର ସଂସଦର ଲୋକସଭାରେ କୌଣସି ସାଂସଦ ନଥିଲେ ସୁଦ୍ଧା ୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଆସାମ ଗଣ ପରିଷଦର ୧୨ ଜଣ ନିର୍ବାଚିତ ବିଧାୟକ ଅଛନ୍ତି ଏବଂ ଆସାମ ଗଣ ପରିଷଦ ସହ ମେଣ୍ଟ କରି ବିଜେପି ଆସାମରେ ସରକାର ଗଠନ କରିଛି। ଏବଂ ବିଜେପି ନେତୃତ୍ୱାଧୀନ ଆସାମ ସରକାରରେ ଆସାମ ଗଣ ପରିଷଦର ୩ ଜଣ ମନ୍ତ୍ରୀ ଅଛନ୍ତି।
ଏନ୍ଡିଏକୁ ପୁଣି ଧକ୍କା; ହାତ ଛାଡ଼ିଲା ଆସାମ ଗଣ ପରିଷଦ
/sambad/media/post_attachments/wp-content/uploads/2019/01/Asom-Gana-Parishad-AGP-750x430-1.jpg)