ଭାରତରେ ଆରମ୍ଭ ହେବ ଗଧ କ୍ଷୀରର ଉତ୍ପାଦନ, ଲିଟର ପିଛା ମୂଲ୍ୟ ୭ ହଜାର ଟଙ୍କା

ହିସାର: ସାଧାରଣତଃ ଆମେ କାହାକୁ ଥଟ୍ଟା କରିବା କିମ୍ବା କାହାକୁ ଲଜ୍ଜିତ କରିବା ପାଇଁ ଗଧର ନାମ ବ୍ୟବହାର କରୁ | ଆଜି ଆମେ ଆପଣଙ୍କୁ ଗଧର ଗୁଣ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଆଜି ପର୍ଯ୍ୟନ୍ତ ଆପଣ କେବଳ ଗାଈ କିମ୍ବା ମଇଁଷିର ଦୁଗ୍ଧ ଦେଖିଥିବେ, କିନ୍ତୁ ଖୁବ୍ ଶୀଘ୍ର ହରିୟାଣାର ହିସାରରେ ଗଧ କ୍ଷୀର ଉତ୍ପାଦନ ମଧ୍ୟ ଆରମ୍ଭ ହେବାକୁ ଯାଉଛି | ଏହି କ୍ଷୀରର ଲିଟର ପିଛା ମୂଲ୍ୟ ୭୦୦୦ ଟଙ୍କା ହେବ | ଗବେଷକମାନେ କହିଛନ୍ତି ଯେ ଗଧ କ୍ଷୀର କେବଳ ମଣିଷ ପାଇଁ ଅତ୍ୟନ୍ତ ଲାଭଦାୟକ ନୁହେଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

ଏହି ପ୍ରଜାତିର ଗଧଙ୍କ କ୍ଷୀରରେ କର୍କଟ, ମେଦବହୁଳତା, ଆଲର୍ଜି ଭଳି ରୋଗ ବିରୋଧରେ ଲଢ଼ିବାର କ୍ଷମତା ଅଛି | କିଛି ଲୋକ କୁହନ୍ତି ଯେ ଗାଈ କ୍ଷୀରରେ କିଛି ଜଣଙ୍କର ଆଲର୍ଜି ହୋଇଥାଏ, କିନ୍ତୁ ହଲାରି ପ୍ରଜାତିର କ୍ଷୀର କଦାପି ଆଲର୍ଜି ହୋଇନଥାଏ। ଏହି କ୍ଷୀରରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଏଜେନିକ୍ ଉପାଦାନ ରହିଥାଏ ଯାହା ଶରୀରରେ ଅନେକ ରୋଗ ସହିତ ଲଢ଼ିବାର କ୍ଷମତା ବିକାଶ କରିଥାଏ |

ମିଳିଥିବା ରିପୋର୍ଟ ମୁତାବକ ଜାତୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର (ଏନଆରସିଇ) ହିସାରରେ ଗଧ କ୍ଷୀରର ଡାଏରୀ ଆରମ୍ଭ କରିବାକୁ ଯାଉଛି | ଏଠାରେ ହଲାରି ପ୍ରଜାତି ଗଧର ଦୁଗ୍ଧ ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି | ଯେଉଁଥି ପାଇଁ ଏନଆରସିଇ ପୂର୍ବରୁ ୧୦ ଟି ହଲାରି ପ୍ରଜାତିର ଗଧ କିଣିଛି | ବ୍ରାଣ୍ଡିଂ ପରେ ଦୁଗ୍ଧ ଉତ୍ପାଦନ ଶୀଘ୍ର ଆରମ୍ଭ ହେବ | ବଜାରରେ ଗଧ କ୍ଷୀର ଲିଟର ପିଛା ୨୦୦୦ ରୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ | ଗଧ କ୍ଷୀରରୁ ସାବୁନ୍, ଲିପ୍ ବାମ୍, ଶରୀରର ଲୋସନ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର