ନୂଆଦିଲ୍ଲୀ: ଆସାମର ଶ୍ରୀଭୂମି ଜିଲ୍ଲାରେ ଗାଡ଼ି ତନଖି ବେଳେ ଏକ ଡ୍ରଗ୍ଦ ଭର୍ତ୍ତ ଟ୍ରକ ଚାଳକ କନଷ୍ଟେବଳଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲେ। ଏହି ଦୁର୍ଘଟଣାରେ କନଷ୍ଟେବଳ ଉଜ୍ଜ୍ୱଳ ବୋରାଙ୍କ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା।
ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରକରେ ଡ୍ରଗ୍ସ ବୋଝେଇ କରି ନେଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଯାଇଥିଲେ ଟ୍ରକ ଚାଳକ। ପୁଲିସ କବଳରୁ ଚମ୍ପଟ ମାରିବା ପାଇଁ ସମ୍ମୁଖରେ ଥିବା କନଷ୍ଟେବଳ ଉଜ୍ଜ୍ୱଳ ବୋରାଙ୍କଙ୍କ ଉପରେ ଟ୍ରକ ଚଢ଼ାଇ ଦେଇ ଆଗକୁ ବଢ଼ି ଯାଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ କନଷ୍ଟେବଳ ଉଜ୍ଜ୍ୱଳ ବୋରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଜ୍ଜ୍ୱଳ ବୋରାଙ୍କ ମୃତ୍ୟୁ ହୋଇଯାଇଥିଲା।
କନଷ୍ଟେବଳ ଉଜ୍ଜ୍ୱଳ ବୋରା ୨୦୨୨ ମସିହାରେ ପୁଲିସ୍ ସେବାରେ ଭର୍ତ୍ତି ହୋଇଥିଲେ। ଚାକିରିରେ ଯୋଗ ଦେବାପରେ ଶ୍ରୀଭୂମି ଜିଲ୍ଲାରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା।
ପୁଲିସ୍ ଫେରାର ହୋଇଯାଇଥିବା ଟ୍ରକ୍ର ପିଛା କରି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି। ଏଥିସହ ଜବତ ହୋଇଥିବା ଟ୍ରକ୍ରୁ ପୁଲିସ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/16/jAOiJJNZmky13bHBAzu8.jpg)