ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଏବେ ବିଗିଡିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଡିବ୍ରୁଗଡ ଏବଂ ଦିମା ହସାଓ ସମେତ ୨୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ କେରଳର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
#WATCH | Assam: BJP MLA from Lumding Assembly, Sibu Misra was seen taking a piggyback ride to a boat, on the back of a flood rescue worker yesterday, May 18th. He was in Hojai to review the flood situation in the area. pic.twitter.com/Rq0mJ8msxt
— ANI (@ANI) May 19, 2022
ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ବିଜେପି ବିଧାୟକ ଜଣେ କର୍ମଚାରୀଙ୍କ ପିଠିରେ କାନ୍ଧୁଅ ହୋଇ ଶୁଖିଲା ସ୍ଥାନକୁ ଯାଉଛନ୍ତ। ଏଏନଆଇ ରିପୋର୍ଟ ଅନୁଯାୟୀ, ଯେତେବେଳେ ଲୁମ୍ଡିଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସିବୁ ମିଶ୍ରା ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଆସିଥିଲେ। ଯିବା ବାଟରେ ପାଣି ପଡ଼ିବାରୁ ସେ ଚାଲି ଚାଲି ନଯାଇ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ପିଠିରେ କାନ୍ଧୁଅ ହୋଇ ଆରପଟେ ଥିବା ଡଙ୍ଗା ପାଖକୁ ଯାଇଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଭାଇରାଲ ହେବାରେ ଲାଗିଛି।
My SHOEs are too costly to step on mud!! I’ll rather ride on a Reporter.
– Sibu Misra, BJP MLA pic.twitter.com/mae6zTmZGo
— Assam Congress (@INCAssam) May 19, 2022
ଭିଡିଓ ଭାଇରାଲ ହେବା ପରେ ଟ୍ବିଟ କରି କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଆସାମ କଂଗ୍ରେସ ଗୁରୁବାର ଦିନ ବିଧାୟକଙ୍କ ଭିଡିଓ ଟୁଇଟ୍ କରି ଲେଖିଛି ଯେ, “ମୋର ଯୋତାଗୁଡିକ ବହୁତ ଦାମୀ। ମୁଁ କାଦୁଅରେ ନଯାଇ କାନ୍ଧୁଅ ହୋଇ ଯିବି।