ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ସିଂହ, ଭୂପେଶ ବାଘେଲ ଓ ଗୌରବ ଗୋଗୋଇଙ୍କ ବିରୋଧରେ ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି।
ଆସାମ କଂଗ୍ରେସ ସଭାପତି ଗୋଗୋଇ ଗତ ସପ୍ତାହରେ ଦାବି କରିଥିଲେ ଯେ, ଦଳର ତଦନ୍ତରୁ ଜଣାପଡିଛି ସାରା ରାଜ୍ୟରେ ଶର୍ମା ଓ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରାୟ ୧୨,୦୦୦ ବିଘା ଜମି ଦଖଲ କରାଯାଇଛି। ଅଭିଯୋଗ ଆସିବାର କିଛି ଘଣ୍ଟା ପରେ ଆସାମ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ କୌଣସି ପ୍ରମାଣ ବିନା ଦାବି କରିଥିବାରୁ ସେ ମାନହାନି ମାମଲା ଦାୟର କରିବେ। ମାନହାନି ପାଇଁ ୫୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମଙ୍ଗଳବାର ଏହି ମକଦ୍ଦମା ଦାୟର କରାଯାଇଥିଲା।
ଆହୁରି ପଢ଼ନ୍ତୁ: Court Judgement: ଭଲ ପ୍ରବନ୍ଧ ଲେଖିବାରୁ ପୋକ୍ସୋ ଦୋଷୀଙ୍କ ଜେଲଦଣ୍ଡ କୋହଳ
ଶର୍ମା ଟ୍ୱିଟ୍ କରି କହିଛନ୍ତି, ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋ ବିରୋଧରେ ମିଥ୍ୟା, ଦୁର୍ଭାଗ୍ୟଜନକ ଓ ମାନହାନିପୂର୍ଣ୍ଣ ଅଭିଯୋଗ ଆଣିଥିବାରୁ ମୁଁ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ, ଭୂପେଶ ବାଘେଲ ଏବଂ ଗୌରବ ଗୋଗୋଇଙ୍କ ବିରୋଧରେ ୫୦୦ କୋଟି ଟଙ୍କା କ୍ଷତିପୂରଣ ମାଗି ମାନହାନି ମାମଲା ଦାୟର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/10/10bbs_82_10022026_112-2026-02-10-21-46-30.jpg)