ଆଜିକାଲି ରାହୁଲ୍‌ ଗାନ୍ଧୀ ସଦ୍ଦାମ୍‌ ହୁସେନ୍‌ଙ୍କ ପରି ଦିଶୁଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ଅହମଦାବାଦ୍‌: ଆଜିକାଲି ରାହୁଲ୍‌ ଗାନ୍ଧୀ ସଦ୍ଦାମ୍‌ ହୁସେନ୍‌ଙ୍କ ପରି ଦିଶୁଛନ୍ତି ବୋଲି ଦେଶରେ କଂଗ୍ରେସ ପାର୍ଟିର ‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ବ ନେଉଥିବା ରାହୁଲ୍‌ଙ୍କୁ ସମାଲୋଚନା କରି ମଙ୍ଗଳବାର ଦିନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।

ଅହମଦାବାଦରେ ‘ବିଜେପି’ ପ୍ରାର୍ଥୀଙ୍କ ପ୍ରଚାର ନିମନ୍ତେ ଜନସମାବେଶରେ ଉଦ୍‌ବ‌ୋଧନ ଦେବା ବେଳେ ବିଶ୍ବ ଶର୍ମା ଉପରୋକ୍ତ ତୁଳନା କରିଛନ୍ତି।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ରାହୁଲ୍‌ ଗାନ୍ଧୀଙ୍କ ସୁନିର୍ବାଚିତ ଗୁଜରାଟ ଗସ୍ତ ଉପରେ ମନ୍ତବ୍ୟ ଦେଇ ବିଶ୍ବ ଶର୍ମା କହିଛନ୍ତି, ସେ ଗୁଜରାଟରେ ଅଦୃଶ୍ୟ ହୋଇଯାଇଛନ୍ତି। ଅତିଥି ଶିକ୍ଷକ ଭାବେ ସେ ଗୁଜରାଟ ଗସ୍ତରେ ଆସନ୍ତି। ହିମାଚଳ ପ୍ରଦେଶ ନିର୍ବାଚନରେ ମଧ୍ୟ ସେ ପ୍ରଚାର କରି ନାହାନ୍ତି। ସେ କେବଳ ନିର୍ବାଚନ ନ ଥିବା ସ୍ଥାନଗୁଡ଼ିକୁ ଯାଉଛନ୍ତି। ହୁଏ ତ ପରାଜୟକୁ ସେ ଭୟ କରୁଛନ୍ତି।

Image Courtesy of MSN

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ‘ଭାରତ ଯୋ‌ଡ଼ୋ ଯାତ୍ରା’ରେ ରାହୁଲ୍‌ଙ୍କ ସହିତ ଯୋଗ ଦେବା ପାଇଁ ବଲିଉଡ୍‌ ଅଭିନେତା/ଅଭିନେତ୍ରୀମାନଙ୍କୁ ଅର୍ଥ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପାର୍ଟିର ‘ଭାରତ ଯୋଡ଼ୋ ଯାତ୍ରା’ ଆଜି ପ୍ରଥମ ଥର ପାଇଁ ହିନ୍ଦୀ ଭାଷାଭାଷୀ ରାଜ୍ୟ ମଧ୍ୟପ୍ରଦେଶରେ ପ୍ରବେଶ କରୁଛି। ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ଟିକେ ବିଳମ୍ବରେ ଏହି ଯାତ୍ରା ମଧ୍ୟପ୍ରଦେଶକୁ ଆସିଥିଲେ ବି ଏହାର ପ୍ରାୟ ସବୁ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିବ।

ସମ୍ବନ୍ଧିତ ଖବର