ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ିବେ ଆସାମ ଚାଷୀ ନେତା ଅଖିଳ ଗୋଗୋଇ

ଗୌହାଟୀ: ସମ୍ପ୍ରତି ଜେଲ୍‌ରେ ଥିବା ଆସାମର ପ୍ରମୁଖ ଚାଷୀ ନେତା ଅଖିଳ ଗୋଗୋଇ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଜଣାଯାଇଛି। ରାଜ୍ୟରେ ନବଗଠିତ ରାଇଜୋର ଦଳ ପକ୍ଷରୁ ସେ ଶିବସାଗର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ମିଳିଛି। ସୂଚନା ଥାଉ କି, ରାଜ୍ୟରେ ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ଦେଶଦ୍ରୋହ ଓ ଆତଙ୍କବାଦ ଅଭିଯୋଗରେ ଦୀର୍ଘ ବର୍ଷେ ହେଲା କାରାଜୀବନ ବିତାଉଥିବା ଗୋଗୋଇ ରାଇଜୋର ଦଳର ମଧ୍ୟ ସଭାପତି ଅଛନ୍ତି। ତାଙ୍କ ଦଳକୁ ଆସାମର ଅନ୍ୟତମ ଚାଷୀ ସଂଘ କୃଷକ ମୁକ୍ତି ସଂଗ୍ରାମ ସମିତି ସମେତ ୭୦ଟି ଅନ୍ୟାନ୍ୟ ସଂଗଠନ ସମର୍ଥନ କରୁଛନ୍ତି। ସେହିପରି ରାଇଜୋର ଦଳ ସହ ମେଣ୍ଟ କରିଥିବା ଅନ୍ୟତମ ନୂଆ ଦଳ ଆସାମ ଜାତୀୟ ପରିଷଦ(ଏଜେପି)କୁ ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌ ସମର୍ଥନ କରୁଛି।

ସମ୍ବନ୍ଧିତ ଖବର