ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶିବସେନା ବିଧାୟକଙ୍କ ଆତିଥ୍ୟ କରୁଥିବାରୁ ସମାଲୋଚିତ ହୋଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ବିଦ୍ରୋହୀ ବିଧାୟକ ଆସିବାରୁ ଆସାମରେ ବନ୍ୟା ହୋଇଛି ବୋଲି ଜଣାପଡ଼ିଲା। ପୂର୍ବରୁ ଆସାମର ବନ୍ୟା ନୁହେଁ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ କନ୍ଦଳ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ବିଦ୍ରୋଦୀ ବିଧାୟକ ଆସି ଆସାମରେ ରହିବାରୁ ଆସାମରେ ବନ୍ୟା ହୋଇଥିବା ଖବର ସାମ୍ନାକୁ ଆସିଛି।

Advertisment

ସେ ଆହୁରି କହିଛନ୍ତି ଯେ, ଆସାମରେ ବିଦ୍ରୋହୀ ବିଧାୟକଙ୍କ ସେବା ବିଜେପି କରୁଥିବା ନେଇ ବି‌ରୋଧୀ କ୍ଷମତାରେ ଥିବା ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଗୌହାଟୀରେ ୨୦୦ହୋଟେଲ ଅଛି। ଅନେକ ଲୋକ ଏସବୁ ହୋଟେଲରେ ରହୁଛନ୍ତି। ସେ ମଧ୍ୟରେ ବିଦ୍ରୋହୀ ବିଧାୟକ ମଧ୍ୟ ଥାଇପାରନ୍ତି। ତେଣୁ ବନ୍ୟା ପରିସ୍ଥିତି ଦର୍ଶାଇ ଆମେ ସେମାନଙ୍କୁ ହୋଟେଲରୁ ବାହାର କରିବା ଉଚିତ୍ କି?

ଉଲ୍ଲେଖଯୋଗ୍ୟ, ଗୁଜରାଟରୁ ଆସି ଏବେ ଆସାମରେ ଡେରା ପକାଇଛନ୍ତି ବିଦ୍ରୋହୀ ବିଧାୟକ। ମହାରାଷ୍ଟ୍ରରେ ବିଜେପି ଦଳରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କଥା ବିରୋଧୀ କହିବା ସହ ଆସାମରେ ବିଦ୍ରୋହୀ ବିଧାୟକଙ୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ସାହାଯ୍ୟ କରୁଥିବା ଅଭିଯୋଗ କରିଥିଲେ। ଏହାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏଭଳି ଆରୋପକୁ ଭିତ୍ତିହୀନ ବୋଲି କହିଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକ ରହୁଥିବା ହୋଟେଲରେ ବିଜେପି ନେତାମାନେ ନଜର ଆସିବା ପରେ ଏଭଳି ଆରୋପ ଲଗାଇଥିଲେ ବିରୋଧୀ।