ନୂଆଦିଲ୍ଲୀ: ଆସାମରେ ବନ୍ୟା ସ୍ଥିତି ଜଟିଳ ରହିଛି । ସୋମବାର ଦିନ ଆସାମରେ ବନ୍ୟାଜନିତ କାରଣ ପାଇଁ ଅଧିକ ୧୧ ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୧କୁ ଟପିଯାଇଛି। ୩୨ ଜିଲ୍ଲାରେ ୪୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ ସମେତ ଜାତୀୟ ଏବଂ ରାଜ୍ୟ ସଂସ୍ଥା ଅହରହ କାମ କରୁଛନ୍ତି। ୮ ଜିଲ୍ଲାରୁ ୧୧ ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିବା ବେଳେ ୫ ଜିଲ୍ଲାର ୭ ଜଣ ନିଖୋଜ ଅଛନ୍ତି। ବର୍ଷା ପାଇଁ ମହିଳା ଏବଂ ଶିଶୁଙ୍କ ସମେତ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ୮୧୦ ରିଲିଫ୍ ଶିବିର ଏବଂ ୬୧୫ ରିଲିଫ୍ ବଣ୍ଟନ କେନ୍ଦ୍ର ଖୋଲା ଯାଇଛି। ମେ ଜୁନ୍ ୧୪ ପରଠାରୁ ଗୌହାଟୀରେ ୭୨ ଥର ଭୂସ୍ଖଳନ ହୋଇଛି।
ଆସାମ ବନ୍ୟା: ମୃତ୍ୟୁସଂଖ୍ୟା ୮୦ ଟପିଲା ଗୌହାଟୀରେ ୫ ଦିନରେ ୭୨ ଭୂସ୍ଖଳନ
/sambad/media/post_attachments/wp-content/uploads/2022/06/assam-flood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)