ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଆଜି ବି ଗମ୍ଭୀର ରହିଛି ଏବଂ ଗତ ୨୪ ଘଣ୍ଟାରେ ୪ ଜଣ ଶିଶୁଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଆଜି ସୁଦ୍ଧା ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଆଜି ହୋଜାଇ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାମରୁପରେ ୨ ଜଣ ଏବଂ ବାରପେଟା ଏବଂ ନଳବରିରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ବନ୍ୟା ଯୋଗୁଁ ୫୪.୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୨ଟି ଜିଲ୍ଲାର ୪୯୪୧ ଜଣ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ଏବେ ୮୪୫ଟି ରିଲିଫ୍ ଶିବିରରେ ବନ୍ୟା ବିପନ୍ନମାନେ ରହିଛନ୍ତି। କୋପିଲି, ଦିସାଙ୍ଗ ଏବଂ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି।
ଆସାମ ବନ୍ୟା: ୨୪ ଘଣ୍ଟାରେ ୪ ଶିଶୁଙ୍କ ସମେତ ୧୨ ମୃତ
/sambad/media/post_attachments/wp-content/uploads/2022/06/assam-flood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)