ଗୌହାଟୀ: ଆସନ୍ତା ବର୍ଷେ ପର୍ଯ୍ୟନ୍ତ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ନୂଆ ଆଧାର କାର୍ଡ ଜାରି କରିବେନି ଆସାମ ସରକାର। ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆଧାର କାର୍ଡ଼ ହାତେଇ ନିଜକୁ ଭାରତୀୟ ନାଗରିକ ଭାବେ ପରିଚୟ ଦେଉଥିବାରୁ ରାଜ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି। ତେବେ ଅନୁସୂଚିତ ଜାତି,  ଅନୁସୂଚିତ ଜନଜାତି ଏବଂ ଚା ବାଗାନ କର୍ମଚାରୀଙ୍କୁ ଏହି ନିୟମରୁ ବାହାରେ ରଖାଯାଇଛି।

Advertisment

ଅନ୍ୟ ବର୍ଗର ଲୋକମାନେ ଯେଉଁମାନଙ୍କ ପାଖରେ ଏବେ କୌଣସି ଆଧାର କାର୍ଡ଼ ନାହିଁ ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ଏକ ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ତେବେ ଆପ୍ଲିକେସନ ୱିଣ୍ଡୋ ବନ୍ଦ ହୋଇଯାଇଥିଲେ ମଧ୍ୟ ବିରଳ ମାମଲାରେ ଜିଲ୍ଲା କମିସନର(ଡିସି)ଙ୍କୁ ଆଧାର କାର୍ଡ଼ ଜାରି କରିବାକୁ କ୍ଷମତା ପ୍ରଦାନ କରାଯାଇଛି। ଡିସି ଏହାକୁ ଯାଞ୍ଚ କରିବା ପରେ ପ୍ରଦାନ କରିବେ।