ଗୌହ୍ବାଟୀ: ଆସାମର ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ଏବେ ବି ଲୋକେ ଭୁଳିନାହାନ୍ତି। ଜୁବୀନ ଗର୍ଗଙ୍କର ସିଙ୍ଗାପୁରରେ ଏକ ଦୁଃଖଦ ମୃତ୍ୟୁ ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଭୟଙ୍କର ଥିଲା।

Advertisment

ଜୁବୀନ ଗାଇଥିବା ପ୍ରତ୍ୟେକ ସ୍ୱର  ଯେପରି ଆସାମର ହୃଦୟର ସ୍ପନ୍ଦନ ପରି ପ୍ରତିଧ୍ୱନିତ ହେଉଥିଲା। ମୃତ୍ୟୁର ତିନି ଦିନ ଧରି, ଲକ୍ଷ ଲକ୍ଷ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆସିଥିଲେ। ତାଙ୍କ ଶେଷ ଯାତ୍ରା ପ୍ରକୃତରେ ଶୋକରେ ବୁଡ଼ି ରହିଥିବା ମାନବ ସମୁଦ୍ର ପରି ଥିଲା। 

ଶୋକସଭାରୁ ଲୋକେ ନିଜ ଘରକୁ ଫେରିବା ପୂର୍ବରୁ, କଳ୍ପନା ଜଳ୍ପନାର ଜୁଆର ଉଠିଥିଲା। ପୁଲିସ ତଦନ୍ତ ବି ଜୋର୍‌ ଧରିଥିଲା। ଗର୍ଗଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୂରା ଆସମା ଉତ୍ସୁକ ହୋଇ ଉଠିଥିଲା। ତେବେ ଏଯାବତ୍‌ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ତେବେ ଆସାମର ଲୋକାମେନ ଏହି ଏକ ସ୍ବାଭାବିକ ମୃତ୍ୟୁ ନୁହେଁ, ବରଂ ହତ୍ୟା ବୋଲି ସନ୍ଦେହ କରୁଛନ୍ତି। ସେଇଥିପାଇଁ ତ ଆସାମର ହିରୋକୁ ହରାଇ ତାଙ୍କ ମୃତ୍ୟୁ ପଛରେ ଥିବା ଭିଲିୟାନ୍‌କୁ ଖୋଜୁଛି ପୂରା ରାଜ୍ୟ।

ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଗାୟକ ଏବଂ ଅଭିନେତା ଜୁବିନ ଗର୍ଗଙ୍କ ସେପ୍ଟେମ୍ବର ୧୯ ତାରିଖରେ ମୃତ୍ୟୁ ହୋଇଯାଇଥିଲା। କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ଗାୟକଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା। ଜୁବିନ ଗର୍ଗଙ୍କ ମୃତ୍ୟୁ ପରେ ତାଙ୍କ ପରିଚାଳକ ସିଦ୍ଧାର୍ଥ ଏବଂ ମହୋତ୍ସବର ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।