କେବଳ ହିନ୍ଦୁ ନୁହନ୍ତି, ଏବେ ମୁସଲିମମାନେ ମଧ୍ୟ ମଦ୍ରାସା ଭାଙ୍ଗିବାରେ ସାହାଯ୍ୟ କରୁଛନ୍ତି: ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ନିକଟରେ ଆସାମ ସରକାର ଦେଶବିରୋଧୀ କାର୍ଯ୍ୟକଳାପ ଚାଲିଥିବାର ପ୍ରମାଣ ପାଇବା ପରେ ତିନୋଟି ମଦ୍ରାସା ଭାଙ୍ଗି ଦେଇଥିଲେ। ମଙ୍ଗଳବାର ଆସାମରେ ଚତୁର୍ଥ ମଦ୍ରାସା ଭାଙ୍ଗି ଦିଆଯାଇଥିଲା। ବିଶେଷ କଥା ହେଉଛି ଏହି କାର୍ଯ୍ୟ ସରକାର ନୁହନ୍ତି, ବରଂ ସ୍ଥାନୀୟ ଲୋକ କରିଥିଲେ। ପୁଲିସ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ଏହି ଘଟଣା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ବର୍ତ୍ତମାନ ମଦ୍ରାସା ଭାଙ୍ଗିବା କାର୍ଯ୍ୟ ପାଇଁ କେବଳ ହିନ୍ଦୁମାନେ ନୁହନ୍ତି ମୁସଲମାନମାନେ ମଧ୍ୟ ଆଗକୁ ଆସୁଛନ୍ତି। ବିଶେଷ କଥା ହେଉଛି ଗତ କିଛି ଦିନ ହେଲାଣି ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଅଭିଯୋଗରେ ଆସାମରେ ମଦ୍ରାସା ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୪ଟି ମଦ୍ରାସା ଭଙ୍ଗା ସରିଲାଣି।

ବୁଧବାର ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ‘ଭଙ୍ଗାଯାଇଥିବା ସମସ୍ତ ମଦ୍ରାସା ମଦ୍ରାସା ନୁହେଁ ବରଂ ଅଲ-କାଏଦାର କାର୍ଯ୍ୟାଳୟ। ଆମେ ୨-୩ଟି ଭାଙ୍ଗିଛୁ ଏବଂ ବର୍ତ୍ତମାନ ଲୋକମାନେ ଅନ୍ୟ ମଦ୍ରାସାକୁ ଭାଙ୍ଗିବା ପାଇଁ ଆଗକୁ ଆସୁଛନ୍ତି। କେବଳ ହିନ୍ଦୁ ନୁହନ୍ତି ମଦ୍ରାସା ଧ୍ୱଂସ କରିବାକୁ ମୁସଲମାନମାନେ ମଧ୍ୟ ଆଗକୁ ଆସୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଅଲ-କାଏଦାର କାର୍ଯ୍ୟାଳୟ ଭାବେ କାମ କରୁଥିବା ମଦ୍ରାସା ସେ ଚାହୁଁ ନାହାଁନ୍ତି।

ପୂର୍ବରୁ ହିମନ୍ତ ବିଶ୍ବ ଶର୍ମା ଆହୁରି କହିଥିଲେ ଯେ, ମଦ୍ରାସା ଭାଙ୍ଗିବାର କୌଣସି ଉଦ୍ଦେଶ୍ୟ ନାହିଁ। ଜିହାଦି କାର୍ଯ୍ୟକଳାପ ପାଇଁ ଯେମିତି ମଦ୍ରାସାକୁ ବ୍ୟବହାର ନକରାଯାଏ, ତାହା ଆମେ ଚାହୁଁଛୁ। ମଦ୍ରାସାକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ନେଇ ଯଦି ଆମକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳେ, ତେବେ ଆମେ ସେଗୁଡ଼ିକୁ ଧ୍ୱଂସ କରିବୁ।

ସମ୍ବନ୍ଧିତ ଖବର