ଆସାମ ଏବଂ ମଣିପୁରରେ ୭୦୦ରୁ ଅଧିକ ଲୋକ ଡେଙ୍ଗୁ ଆକ୍ରାନ୍ତ, ୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆସାମ ଏବଂ ମଣିପୁରରେ ୭୦୦ରୁ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହା ସହ ୭ ଜଣଙ୍କର ମୃତ୍ୟୁ ହୋଇଛି। ଆସାମରେ ସର୍ବାଧିକ ସଂଖ୍ୟକ ମାମଲା ଚିହ୍ନଟ ହୋଇଥିବା ବେଳେ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ମଣିପୁରର ୧୬ଟି ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ସର୍ବାଧିକ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମଣିପୁରରେ ଏପର୍ଯ୍ୟନ୍ତ ୩୭୫ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ୨୦୧୯ରେ ରାଜ୍ୟରେ ୩୫୯ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଚଳିତ ବର୍ଷ ଏହି ରୋଗରେ ରାଜ୍ୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଚଳିତ ବର୍ଷ ଜୁନ୍ ପ୍ରାରମ୍ଭରେ ଡେଙ୍ଗୁ ଚିହ୍ନଟ ହେବା ପରେ ୧୨ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ଅଧିକାରୀ ଡା. ଏଆର୍ ଚିସ୍ତି କହିଛନ୍ତି। ତେବେ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବାରୁ ଭୟଭୀତ ହେବାର କିଛି ନାହିଁ। ଏହି ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯିବା ଉଚିତ ଏବଂ ଘରୋଇ ସ୍ତରରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଜ୍ୟର ୧୬ଟି ଜିଲ୍ଲା ମଧ୍ୟରେ ତେଙ୍ଗନୌପାଲରେ ସର୍ବାଧିକ ଆକ୍ରାନ୍ତ (୨୦୦)ରହିଥିବା ବେଳେ ତା’ପଛକୁ ରହିଛି ଚୁରଚନ୍ଦପୁର (୫୧), ଇମ୍ଫାଲ ଇଷ୍ଟ (୪୭), ଇମ୍ଫାଲ ୱେଷ୍ଟ (୪୦), ବିଷ୍ଣୁପୁର (୧୦), ଥୋବାଲ (୧୦), କାଙ୍ଗପୋକପି (୮)  କାକଚିଂ (୩), ଚନ୍ଦେଲ (୨), ଉଖରୁଲ (୨), ସେନାପତି (୧) ଏବଂ ତାମେଙ୍ଗଲଙ୍ଗ (୧)) ।

ସମ୍ବନ୍ଧିତ ଖବର