ରଥଯାତ୍ରାରେ ହାତୀ ବ୍ୟବହାରକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଅହମ୍ମଦାବାଦ ରଥଯାତ୍ରାକୁ ନେଇ ତେଜିଲା ବିବାଦ | ଆସାମ କାଳୀବୋରର କଂଗ୍ରେସ ସାଂସଦ ଗୌରଭ ଗୋଗୋଇ ଏ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେ଼କରଙ୍କୁ ଚିଠି ଲେଖିଛନ୍ତି | ନିଜ ଚିଠିରେ ସେ ଦର୍ଶାଇଛନ୍ତି ଯେ ଅହମ୍ମଦାବାଦରେ ହେଉଥିବା ରଥଯାତ୍ରା ପାଇଁ ଆସାମ ସରକାର ୪ଟି ହାତୀ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ସେ ବିରୋଧ କରୁଛନ୍ତି |

World Wildlife Fund

ଜନ୍ତୁଙ୍କୁ ପରିବହନ କରାଇବା ଏକ ସମ୍ବେଦନଶୀଳ ଘଟଣା | ଅନେକ ସମାଜସେବୀ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି |ସେହିପରି ବର୍ତ୍ତମାନ ଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବାରୁ ହାତୀଙ୍କ ପରିବହନ କରାଇବା ସଠିକ ନୁହେଁ | ଏଭଳି ସ୍ଥିତିରେ ହାତୀଙ୍କୁ ସଂକ୍ରମଣ ହେବା ସହ ଜଳାଭାବ ଦେଖାଦେଇପାରେ |

ଧାର୍ମିକ କାର୍ଯ୍ୟକ୍ରମ ପାଇଁ ହାତୀମାନଙ୍କୁ ପଠାଯିବା ଘଟଣା ସରକାରୀ ନିୟମ ଅଧୀନରେ ଆସୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି | ତେଣୁ କେନ୍ଦ୍ର ସରକାର ଏହାକୁ ବିଚାର କରି ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ଆବଶ୍ୟକ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି | ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର