କିଏ ବହନ କରୁଛି ଶିବସେନା ବିଦ୍ରୋହୀ ବିଧାୟକଙ୍କ ହୋଟେଲ ଖର୍ଚ୍ଚ ?

ଗୌହାଟୀ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଂକଟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଚର୍ଚ୍ଚା ମଧ୍ୟକୁ ଟାଣି ହୋଇଯାଇଛି ଆସାମ । କାରଣ ଆସାମର ରାଜଧାନୀ ଗୌହାଟୀରେ ଥିବା ଏକ ପଞ୍ଚତାରକା ହୋଟେଲ ରାଡିସନ ବ୍ଲୁରେ ରହୁଛନ୍ତି ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ । କୁହାଯାଉଛି ୬୫ ଲକ୍ଷ ବିନିମୟରେ ହୋଟେଲର ୭୦ଟି ରୁମ ବୁକ ହୋଇଛି ।

ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ଆତିଥେୟତା ପ୍ରଦାନ କରି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ବିଜେପି ଓ ଆସାମ ସରକାରଙ୍କ ପକ୍ଷରୁ ସେମାନଙ୍କ ଖର୍ଚ୍ଚ ବହନ କରାଯିବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଶିବସେନା, କଂଗ୍ରେସ ଓ ଏନସିପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ହିମନ୍ତ । ସେ କହିଛନ୍ତି ଗୌହାଟୀରେ ରହୁଥିବା ଶିବସେନା ବିଧାୟକଙ୍କ ପାଇଁ ବିଜେପି କିମ୍ବା ଆସାମ ସରକାର ଟଙ୍କାଟିଏ ମଧ୍ୟ ବ୍ୟୟ କରୁନାହାନ୍ତି । ମହାରାଷ୍ଟ୍ରରେ କଣ ରାଜନୀତି ହେଉଛି ତାହା ସହ ଆମର କୌଣସି ସମର୍କ ନାହିଁ । ଆମର କର୍ତ୍ତବ୍ୟ ହେଉଛି ଆମ ରାଜ୍ୟରେ ଥିବା ହୋଟେଲକୁ କୌଣସି ଅତିଥି ଆସିଲେ ସେମାନଙ୍କୁ ସୁରକ୍ଷିତ ଓ ଆରାମଦାୟକ ରହଣି ପ୍ରଦାନ କରିବା । କଂଗ୍ରେସ ବିଧାୟକମାନେ ଆସିଲେ ବି ଆମେ ସେୟା କରିବୁ ।

 

ସମ୍ବନ୍ଧିତ ଖବର