ସୁପ୍ରିମ୍‌ କୋର୍ଟରେ ଆସାମ ଏନ୍‌ଆର୍‌ସି ମାମଲାର ଶୁଣାଣି ଆଜି

ଗୁଆହାଟୀ: ସୁପ୍ରିମ୍‌ କୋର୍ଟ ଆସନ୍ତାକାଲି ଆସାମ ଏନ୍‌ଆର୍‌ସି ମାମଲାର ଶୁଣାଣି କରିବେ। ଏହା ପୂର୍ବରୁ ସୁପ୍ରିମ୍‌ କୋର୍ଟ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହାଜେଲାଙ୍କୁ ମଧ୍ୟପ୍ରଦେଶକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦିଓ କୋର୍ଟ ହାଜେଲାଙ୍କ ବଦଳିର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନଥିଲେ, ତେବେ ତାଙ୍କ ସୁରକ୍ଷା ହିଁ ମୁଖ୍ୟ କାରଣ ବୋଲି ବିଶ୍ବାସ କରାଯାଉଛି। ସେହିଭଳି ଏନ୍‌ଆର୍‌ସିର ଡାଟାବେସକୁ ଗୋପନୀୟ ଭାବେ କରିବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆର୍‌ସି ଡ୍ରାଫ୍‌ଟର ପୁନଃସମୀକ୍ଷା ପାଇଁ କେନ୍ଦ୍ର ଓ ଆସାମ ସରକାର ଦାବି କରିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ପ୍ରକାଶ ପାଇଥିବା ଚୂଡାନ୍ତ ଏନ୍‌ଆର୍‌ସିରେ ୪୦ ଲକ୍ଷ ଲୋକ ତାଲିକାରୁ ବାଦ୍‌ ପଡ଼ିଥିଲେ।

ସମ୍ବନ୍ଧିତ ଖବର