ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ପଂଜିକା (ଏନ୍ଆର୍ସି) ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଆସାମ ଏନ୍ଆର୍ସି ସଂଯୋଜକ ପ୍ରତୀକ ହାଜେଲା ଓ ରେଜିଷ୍ଟ୍ରାର୍ ଜେନେରାଲ୍ ଶୈଳେଶ୍ଙ୍କୁ ପ୍ରବଳ ଭର୍ତ୍ସନା କରିଛନ୍ତି। ବାରମ୍ବାର ବାରଣ ସତ୍ତ୍ୱେ ଏନ୍ଆର୍ସି ପ୍ରସଙ୍ଗରେ ଗଣମାଧ୍ୟମକୁ ବିଭିନ୍ନ ବିବୃତି କାହିଁକି ଦେଉଛ ବୋଲି ପ୍ରଶ୍ନ କରିଛନ୍ତି। ‘ଏଭଳି କରି ଅଦାଲତଙ୍କୁ ଅବମାନନା କରୁଥିବାରୁ ପ୍ରଥମେ ତୁମକୁ ଜେଲ୍ ପଠାଇବା କଥା’ ବୋଲି ବିଚାରପତି ରଂଜନ ଗୋଗୋଇ ଏବଂ ଆର୍ ଏଫ୍ ନରିମାନ୍ଙ୍କ ଖଣ୍ଡପୀଠ କହିଛନ୍ତି। ଉଭୟ ଅଧିକାରୀଙ୍କୁ ଭବିଷ୍ୟତରେ କୌଣସି ବିବୃତି ଦେବାକୁ ମନା କରିବା ସହିତ ବିନା ଅନୁମତିରେ ଏନ୍ଆର୍ସି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମତାମତ ନ ଦେବାକୁ ଖଣ୍ଡପୀଠ ରୋକ୍ଠୋକ୍ କହିଛନ୍ତି। ଏମିତି କି ଖବରକାଗଜରେ ଉଭୟଙ୍କ ଟିପ୍ପଣୀ ଆଧାରିତ ଏକ ଖବରକୁ ପଢ଼ିବା ଲାଗି କହିଥିଲେ। ଖଣ୍ଡପୀଠ କହିଥିଲେ, ସରକାରୀ ଅଧିକାରୀ ହୋଇଥିବା ଦୃଷ୍ଟିରୁ ଉପରିସ୍ଥ ଅଧିକାରୀ ଓ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରିବା ଜରୁରୀ। କିନ୍ତୁ ଏଥିପ୍ରତି କୌଣସି ଦୃଷ୍ଟି ନ ଦେଇ ତୁମ୍ଭେମାନେ କିଭଳି ଗଣମାଧ୍ୟମକୁ ମନଇଚ୍ଛା ବିବୃତ ଦେଉଛ। ଏଭଳି ବିବୃତି ଦେଇ ପରିସ୍ଥିତିକୁ ଅଧିକ ଜଟିଳ କରୁଛ ଏବଂ ଏହାକୁ ନେଇ ଦେଶବ୍ୟାପୀ ବିଭ୍ରାନ୍ତି ଉପୁଜୁଛି ବୋଲି କୋର୍ଟ କହିଛନ୍ତି।
ଆସାମ ଏନ୍ଆର୍ସି ପ୍ରସଙ୍ଗ:୨ ଅଧିକାରୀଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍କୋର୍ଟ
ପ୍ରଥମେ ତୁମକୁ ଜେଲ୍ ପଠାଇବା କଥା
/sambad/media/post_attachments/wp-content/uploads/2018/08/703292-supreme-court-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)