ଗୌହାଟି: ଗତକାଲି ମତଦାନ ପରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିରେ ‘ଇଭିଏମ୍’ ନେଇ ଯାଇଥିବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ଆଜି ନିର୍ବାଚନ କମିସନ୍ ନିଲମ୍ବନ କରିଛି।
ଏହାଛଡ଼ା, ଆସାମର ରତବାରି ଆସନର ସମ୍ପୃକ୍ତ ମତଦାନ କେନ୍ଦ୍ରରେ ସାନି ଭୋଟ୍ ଗ୍ରହଣ କରିବା ଲାଗି ନିର୍ବାଚନ କମିସନ୍ ଆଦେଶ ଦେଇଛି।
ଗତକାଲି ଏହି ଘଟଣା ଲୋକଲୋଚନକୁ ଆସିବା କ୍ଷଣି ଉକ୍ତ କରିମଗଞ୍ଜ ଜିଲ୍ଲାର ଉକ୍ତ ଅଞ୍ଚଳରେ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ବୋଲେରୋ କାର୍ଟି ପାଖ ପଥରଖଣ୍ଡିରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ କୃଷ୍ଣନ୍ଦୁ ପଲ୍ଙ୍କ ପତ୍ନୀ ମଧୁମିତାଙ୍କ ମାଲିକାନାରେ ରହିଛି। ଶାସକ ବିଜେପି ଏହି ଭଳି ଅସାଧୁ ଉପାୟ ଅବଲମ୍ବନ କରୁଥିବା କଥା ଶୀର୍ଷସ୍ତରୀୟ ବିରୋଧୀ ନେତାମାନେ କହିଛନ୍ତି।
Image Courtesy of India Todayଗତକାଲି ଆସାମରେ ବାରାକ୍ ଉପତ୍ୟକା ଅଞ୍ଚଳରେ ନିୟୋଜିତ ଏକ ‘ପୋଲ୍ ପାନେଲ୍ ଟିମ୍’ ଭୋଟ୍ ଗ୍ରହଣ ପରେ ‘ଇଭିଏମ୍’ଗୁଡ଼ିକୁ ଉକ୍ତ ଗାଡ଼ିରେ ନେବାରୁ ହିଂସାକାଣ୍ଡ ଘଟିଥିଲା।
ଉତ୍ତ୍ୟକ୍ତଜନତା, ବିଶେଷକରି ବିରୋଧୀ ଦଳଗୁଡ଼ିକର ସମର୍ଥକମାନେ ଉକ୍ତ କାର୍କୁ ବେଢ଼ି ଯିବାରୁ ପୁଲିସ ଶୂନ୍ୟକୁ ଫାଙ୍କା ଗୁଳି ଚଳାଇବା ସହ ଲାଠି ଚଳନା କରିଥିଲା।
ଘଟଣା ସଂକ୍ରାନ୍ତରେ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ କରିମଗଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଭାରତର ନିର୍ବାଚନ କମିସନ୍ ସବିଶେଷ ବିବରଣୀ ମାଗିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ab199b91-ab87-4575-afad-73f2e1e1b935.jpg)