ନୂଆଦିଲ୍ଲୀ: ଆସାମ ରାଇଫଲ୍ର ଯବାନଙ୍କ ଗୁଳିରେ ୬ ଜଣ ଆହତ ହୋଇଛନ୍ତି। ମଣିପୁର ପୁଲିସ୍ର ସୂଚନା ମୁତାବକ ଯବାନ ଜଣକ ତାଙ୍କର ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି ମାରି ଦେଇଥିଲେ।
ପୁଲିସ ମୁତାବକ, ମଙ୍ଗଳବାର ଦିନ ଦକ୍ଷିଣ ମଣିପୁରର ଇଣ୍ଡୋ-ମିଆଁମାର ସୀମା ନିକଟରେ ଥିବା ଏକ ବାଟାଲିୟନ କ୍ୟାମ୍ପରେ ଆସାମ ରାଇଫଲ୍ସ ଜବାନ୍ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ ଆହତ ହୋଇଥିବା ସମସ୍ତ ୬ ଜଣ ମଣିପୁରର ନୁହଁନ୍ତି ବୋଲି ଜାଣିବାକୁ ମିଳିଛି।
From PRO of IG AR (s):
There has been an incident of firing by an Assam Rifles Jawan in an ASSAM RIFLES BATTALION deployed close to the Indo - Myanmar border in South Manipur.
One Assam Rifles Jawan opened fire on his colleagues injuring six of them (all injured are…
— Manipur Police (@manipur_police) January 24, 2024
ଜାଣିବାକୁ ମିଳିଛି ଯେ ଯବାନ ଜଣକ ଜଣେ ପରେ ଜଣଙ୍କୁ ଗୁଳି ମାରିଥିବା ବେଳେ ଗୁଳିମାଡ଼ ଖାଇ ଅନ୍ୟ ଯବାନମାନେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମିଲିଟାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Untitled-144.jpg)