ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲ ଉପକଣ୍ଠରେ ଥିବା ବିଷ୍ଣପୁରଠାରେ ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ ହୋଇଛି । ଉଗ୍ରବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏକ ଟାଟା ୪୦୭ ମିନିବସରେ ଆସାମ ରାଇଫଲ୍ସର ୩୩ଜଣ ଯବାନ ଯାଉଥିବାବେଳେ ଉକ୍ତ ଗାଡ଼ି ଉପରକୁ କେତେକ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିବାବେଳେ ଆଉ କେତେକ ଯବାନ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସୁରକ୍ଷା ବଳ ପକ୍ଷରୁ ନିକଟସ୍ଥ ଅଂଚଳରେ ଅପରେସନ ଆରମ୍ଭ ହୋଇଛି ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ଦ୍ର ସିଂ ଏହି ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସରେ ସେ ଲେଖଛନ୍ତି ଯେ ନାମ୍ବଲ ସବଲ ଲେଇକାଇରେ ୩୩ ଜଣ ଆସାମ ରାଇଫଲ୍ସ ଗାଡ଼ି ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁଁ ଦୁଃଖିତ । ମୁଁ ସହିଦ ଯବାନମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବଦନା ଜ୍ଞାପନ କରୁଛି ଓ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି ନିନ୍ଦନୀୟ କାଣ୍ଡ ପଛରେ ଥିବା ଲୋକମାନେ କଠୋର ଦଣ୍ଡର ସମ୍ମୁଖୀନ ହେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/19/assam-2025-09-19-20-15-42.jpg)