ଆସାମର ବିଜେପି ସରକାରଙ୍କ ଉପରେ ଗାୟକ ଖପ୍ପା : ଗାୟିକିରୁ ମିଳିଥିବା ଭୋଟ୍ ଫେରାଇବାକୁ ଦାବି କଲେ ଜୁବିନ ବର୍ଗ ! 

ଆସାମ : ଗାୟକ ଜୁବିନ ବର୍ଗ ଭାତୀୟ ଜନତା ପାର୍ଟି ଠାରୁ ଭୋଟ୍ ଫେରାଇବାର ପାଇଁ ଦାବି କରିଛନ୍ତି । ନାଗରିକତା ବିଲ୍ ୨୦୧୬କୁ ବିରୋଧ କରି ଭୋଟ୍ ଫେରାଇବା ପାଇଁ ଦାବି କରିଛନ୍ତି ଜୁବିନ ବର୍ଗ । ସେ ଦାବି କରିଛନ୍ତି, ମୋ ଗୀତରେ ଆକୃଷ୍ଟ ହୋଇ ଯେଉଁମାନେ ବିଜେପିକୁ ଭୋଟ୍ ଦେଇଛନ୍ତି ସେସବୁ ଫେରାଅ । ଏହାପୂର୍ବରୁ ସେ ଅସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି ଉତ୍ତର ମିଳିନଥିଲା । ଗାୟକ କହିଛନ୍ତି ୨୦୧୬ରେ ତାଙ୍କ ଗାଇଥିବା ଗୀତ ଯୋଗୁଁ ବିଜେପିକୁ ଭୋଟ୍ ମିଳିଥିଲା । ଏବେ ସେସବୁକୁ ଏବେ ଫେରାଯାଉ ।

ଫେସବୁକ୍ ପୋଷ୍ଟ କରି ଗାୟକ କହିଛନ୍ତି ଗାୟନ ପାଇଁ ତାଙ୍କୁ ମିଳିଥିବା ପାରିଶ୍ରମିକ ମଧ୍ୟ ଫେରାଇବା ପାଇଁ ସେ ରାଜି ଅଛନ୍ତି । ଗାୟକଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ୨୦୧୬ରେ ରାଜ୍ୟରେ ବିଧାନସଭା ନିର୍ବାଚନରେ ପାଇଁ ଏକ୍ସେ୍ାମୋର ଆନନ୍ଦ ସର୍ବାନନ୍ଦ ( ଆସାମର ଖୁସି ସର୍ବାନନ୍ଦ ) ଗୀତ ଗାଇତିଲେ ଜୁବିନ୍ ।

୨୦୧୬ରେ ବିଜେପି ନିର୍ବାଚନ ଜିତିବା ସହ ଆସାମ ଗଣ ପରିଷନଦ ଓ ବୋଡ଼ୋଲେଣ୍ଡ ପିପୁଲ୍ସ ଫ୍ରଅଂଟ ସହ ମେଂଟ କରି ସରକାର ଗଠନ କରିଥିଲେ । ଚଳିତ ମାସ ଆରମ୍ଭରେ ଆସାମ ଗଣ ପରିଷଦ ନାଗରିକ ବିଧେୟକକୁ ବିରୋଧ କରିବା ପାଇଁ ମେଂଟରୁ ଅଲଗା ହୋଇଯାଇଥିଲା । କେବଳ ଏତିକି ନୁହେଁ ଅସାମ ଗଣ ପରିଷଦର ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଗତ ସପ୍ତାହରେ ପଦ ଛାଡ଼ିଦେଇଛନ୍ତି । ଏହି ବିଲକୁ ଶେଷ କରିବା ପାଇଁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀକୁ ଅନୁରୋଧ କରିଛନ୍ତି । ସାତ ଦିନ ଭିତରେ ବିଲକୁ ସମାପ୍ତ ନକଲେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମଧ୍ୟ କହିଛନ୍ତି।

ସୂଚନାଯୋଗ୍ୟ ବିଧେୟକରେ ବାଙ୍ଗଲାଦେଶ, ଆଫଗାନିସ୍ତାନ, ପାକିସ୍ତାନର ହିନ୍ଦୁ, ବୌଦ୍ଧ, ଶିଖ୍, ଜୈନ, ପାରସୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ୧୯୯୫ର ନାଗରିକତା ଅଧିନିୟମ ସଂଶୋଧନ କରିବା ପାଇଁ ପ୍ରୟାସ କରାଯାଉଛି । ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ଏବେ ଆସାମରେ ଲଗାତାର ବିକ୍ଷୋଭ ପ୍ରଦର୍ଶନ ହେଉଛି । ଆଉ ଏଥିରେ ସାମିଲ ହୋଇ ଆସାମି ଗାୟକ ଏପରି ଦାବି କରିଛନ୍ତି ।

 

ସମ୍ବନ୍ଧିତ ଖବର