ସୁଧୁରୁଛି ଆସାମର ସ୍ଥିତି: ଆଜି ସମ୍ପୂର୍ଣ୍ଣ ଭାବେ ହଟାଯିବ କର୍ଫ୍ୟୁ, ସ୍ୱାଭାବିକ ହେବ ଇଣ୍ଟରନେଟ ସେବା
ଗୌହାଟୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ହିଂସା ଜାରି ରହିଛି। ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ମଧ୍ୟ ହିଂସାତ୍ମକ ବିକ୍ଷୋଭ ହୋଇଥିବାରୁ ଜଟିଳ ସ୍ଥିତି ଉପୁଜିଛି। ତେବେ ଆସାମରେ ଧୀରେ ଧୀରେ ସ୍ଥିତି ସୁଧୁରୁଥିବାରୁ ଆଜିଠାରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁକୁ ହଟାଇଦିଆଯିବ | ସେହିପରି ଇଣ୍ଟରନେଟ ସେବାକୁ ମଧ୍ୟ ପୁଣି ଥରେ ଚାଲୁ କରାଯିବ | ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିବାବେଳେ ଆସାମ ହିଂସା ଓ ସମ୍ବଦ୍ଧିତ ଅପରାଧକୁ ନେଇ ୧୩୬ଟି ମାମଲା ରୁଜୁ କରାଯାଇଛି |
ଏବେ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ୧୯୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି | ନାଗରିକତା ଆଇନକୁ ନେଇ ଗତ କିଛି ଦିନ ଧରି ଆସାମରେ ଦେଖାଦେଇଥିବା ହିଂସା ଧୀରେ ଧୀରେ ହ୍ରାସ ପାଉଛି ।
Assam Government has decided to lift curfew completely from Tuesday December 17, 2019, including the night curfew. The broad band internet connectivity will also stand restored from tomorrow.
— Himanta Biswa Sarma (@himantabiswa) December 16, 2019
ଏପରି ସ୍ଥିତି ଅବ୍ୟାହତ ରହିଲେ ଆଗାମୀ କିଛି ଦିନରେ ରାଜ୍ୟରୁ ସେନା ଅପସାରଣ କରାଯିବ ବୋଲି ଭାରତୀୟ ସେନା ପକ୍ଷରୁ ଗତକାଲି କୁହାଯାଇଥିଲା । ସେହିପରି କର୍ଫ୍ୟୁକୁ ହଟାଗଲେ ମଧ୍ୟ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ | ଉଭୟ ଦିନ ଓ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି |