ଆସାମରେ ସ୍ଥିତି ସୁଧୁରୁଛି, ଦିନେ ଦୁଇ ଦିନ ମଧ୍ୟରେ ସେନା ଅପସାରଣ ସମ୍ଭାବନା : ସେନା

ଗୌହାଟୀ : ନାଗରିକତା ଆଇନକୁ ନେଇ ଗତ କିଛି ଦିନ ଧରି ଆସାମରେ ଦେଖାଦେଇଥିବା ହିଂସା ଧୀରେ ଧୀରେ ହ୍ରାସ ପାଉଛି । ଏପରି ସ୍ଥିତି ଅବ୍ୟାହତ ରହିଲେ ଆଗାମୀ କିଛି ଦିନରେ ରାଜ୍ୟରୁ ସେନା ଅପସାରଣ କରାଯିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ କହିଛନ୍ତି ଯେ ରାଜ୍ୟରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଏପରି ସୁଧାର ଜାରି ରହିଲେ ମୁତୟନ ହୋଇଥିବା ସେନା ଯବାନମାନଙ୍କୁ ବାରାକକୁ ଫେରାଇ ନିଆଯିବ ।

ସେ କହିଛନ୍ତି ଯେ ଗତ ଶନିବାର ସୁଦ୍ଧା ଉପର ଆସାମରେ ୨୪ କଲମ ସେନା ଓ ତଳ-ଆସାମରେ ୧୨ କଲମ ସେନା ମୁତୟନ ହୋଇଛନ୍ତି । ତେବେ ମାତ୍ର ୮ କଲମ ଯବାନ ଫ୍ଲାଗମାର୍ଚ୍ଚ କରିଥିଲେ । ଏହା ଦର୍ଶାଉଛି ଯେ ପରିସ୍ଥିତିରେ ଉନ୍ନତି ଆସୁଛି । ଆଶା କରୁଛି ଯେ ଦିନେ ଦୁଇଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ କଲମରେ ସାଧାରଣତଃ ୭୦ ଜଣ ଯବାନ ଥାଆନ୍ତି ଓ ତାହା ଦୁଇଜଣ ଅଫିସରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ସମ୍ବନ୍ଧିତ ଖବର