ଗୌହାଟି: ଭୀଷଣ ଝଡ଼ତୋଫାନ ଏବଂ ବିଜୁଳି-ଘଡ଼ଘଡ଼ି ଯୋଗୁଁ ଆସାମର କେତୋଟି ଜିଲ୍ଲାରେ ଅନ୍ୟୂନ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୨୦୦୦ ବାସଗୃହ ନଷ୍ଟ ହୋଇଯାଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଗୁରୁବାର ଦିନରୁ ଆସାମର କେତେ ପ୍ରାନ୍ତରେ ଅବିଶ୍ରାନ୍ତ ବର୍ଷା ଓ ବଜ୍ରପାତ ଘଟଣା ଘଟିଛି। ଆସାମ ‘ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଏଏସ୍ଡିଏମ୍ଏ) କହିଛି, ଗତ ୪୮ ଘଣ୍ଟା ମଧ୍ୟରେ ଆସାମର ୧୨ଟି ଜଲ୍ଲାର ୫୯୨ ଗାଁର ପ୍ରାୟ ୨୦,୩୦୦ ଲୋକ ଝଡ଼ତୋଫାନ, ବର୍ଷା ଏବଂ ବିଜୁଳି-ଘଡ଼ଘଡ଼ିଦ୍ବାରା ପ୍ରଭାବିତ ହୋଇଛନ୍ତି।
ଝଡ଼ବତାସରେ ଡିବ୍ରୁଗଡ଼, ବାରପେଟା, କାମରୂପ (ମେଟ୍ରୋ), କାମରୂପ (ମଫସଲ), ନାଲବାରି, ଚିରାଙ୍ଗ, ଦାରଙ୍ଗ, କାଚାର, ଗୋଲାଘାଟ, କାର୍ବି ଆଙ୍ଗ୍ଲଙ୍ଗ୍, ଉଦାଲଗଗୁଡ଼ି ଏବଂ ଗୋଆଲପଡ଼ା ଜିଲ୍ଲାରେ ଅସଂଖ୍ୟ ଗଛ, ବିଜୁଳି ଖମ୍ବ ଉପୁଡ଼ିଯିବା ସହ ୭,୪୦୦ ବାସଗୃହ ନଷ୍ଟ ହୋଇଯାଇଛି।
Image Courtesy of Dailyhuntଆସାମ ‘ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ କହିବା ଅନୁସାରେ, ଭୀଷଣ ତୋଫାନ ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ଡିବ୍ରୁଗଡ଼ ଜିଲ୍ଲାରେ ୪ଜଣ, ବାରପେଟାରେ ୩ଜଣ ଏବଂ ଗୋଲପଡ଼ାରେ ୧ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗୋଲପଡ଼ା ମୃତ୍ୟୁ ଘଟଣା ବଜ୍ରପାତଜନିତ ହୋଇଥିବା ବେଳେ ଡିବ୍ରୁଗଡ଼ ଏବଂ ବାରପେଟାରେ ତୋଫାନ ଯୋଗୁଁ ବାକି ୭ଜଣଙ୍କର ମୃତ୍ୟୁ ଘଟିଛି।
ସେହିପରି, ଶନିବାର ଦିନ ବାକ୍ସାରେ ୨ଜଣ, ଡିବ୍ରୁଗଡ଼ରେ ୧ଜଣ ଏବଂ ତିନ୍ସୁକିଆ ଜିଲ୍ଲାରେ ତୋଫାନ ଯୋଗୁଁ ୩ଜଣଙ୍କର ମୃତ୍ୟୁ ଘଟିଛି। ଗଛ ଉପୁଡ଼ି ପଡ଼ିବାରୁ ବାକ୍ସା ଏବଂ ତିନ୍ସୁକିଆ ଜିଲ୍ଲାରେ ମୃତ୍ୟୁ ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/storm.jpg)