ଏନଆରସି ତାଲିକା : ବାଦ ପଡିଥିବା ଭାରତୀୟ ନାଗରିକଙ୍କୁ ଆଇନଗତ ସହାୟତା ଯୋଗାଇଦେବେ ଆସାମ ସରକାର

ଗୌହାଟୀ: ଆଜି ପ୍ରକାଶିତ ଚିଠା ସଂପୂର୍ଣ୍ଣ ଏନଆରସି ତାଲିକାରେ ଅନେକ ଭାରତୀୟଙ୍କ ନାଁ ମଧ୍ୟ ବାଦପଡିଛି ବୋଲି ଆସାମ ସରକାର ସ୍ୱୀକାର କରିଛନ୍ତି । କିନ୍ତୁ ସେମାନେ ଚିନ୍ତିତ ନହୋଇ ଫରେନର୍ସ ଟ୍ରିବୁନାଲ(ଏଫଟି) (ବିଦେଶୀ ନାଗରିକ ଟ୍ରିବୁନାଲ) ରେ ଆବେଦନ କରିପାରିବେ ବୋଲି ଆସାମର ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟ୍ଟଓ୍ଵରୀ କହିଛନ୍ତି ।

ସେ କହିଛନ୍ତି ଯେ ବାଦ ପଡିଥିବା ଲୋକମାନେ ଯଦି ଟ୍ରିବୁନାଲରେ ଆବେଦନ କରିବାକୁ ଚାହିଁବେ, ସେମାନଙ୍କୁ ଆବଶ୍ୟକ ଆଇନଗତ ସହାୟତା ରାଜ୍ୟ ସରକାର ଯୋଗାଇଦେବେ । ସେ ମଧ୍ୟ କହିଛନ୍ତି ଯେ ଏଥର ଏଫଟି ସଂଖ୍ୟା ବଢେଇଦିଆଯାଇଛି । ପୂର୍ବରୁ ୧୦୦ଟି ଏଫଟି କାର୍ଯ୍ୟକରୁଥିବାବେଳେ ଏବା ତାହାକୁ ୩୦୦କୁ ବୃଦ୍ଧି କରାଯାଇଛି । ନୂଆ ଏଫଟିଗୁଡ଼ିକ ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ । ଏହା ଲୋକମାନେ ସହଜରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଚିଠା ତାଲିକାରୁ ବାଦ ପଡିଥିବା ଲୋକମାନଙ୍କ କାଗଜପତ୍ରକୁ ପୁଣିଥରେ ଯାଞ୍ଚ କରାଯାଉଛି । ଯଦି କାଗଜପତ୍ର ଠିକ ଅଛି ତେବେ ସେହି ଲୋକମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର