ସାଙ୍ଗିଆ ହେଲାଣି ବୋଝ: ଅନଲାଇନରେ ଚାକିରି ପାଇଁ ଆବେଦନ କଲେ ‘ଚୁତିଆ’ ସାଙ୍ଗିଆ ଗ୍ରହଣ କରୁନି କମ୍ପାନିର ସଫ୍ଟୱେର

ନୂଆଦିଲ୍ଲୀ: ସାଙ୍ଗିଆ ପାଇଁ ମିଳୁନି ଚାକିରି | ଚାକିରି ପାଇଁ ଆବେଦନ କରିବା ବେଳେ ସାଙ୍ଗିଆ ଲେଖିବା ମାତ୍ରେ ସଫ୍ଟୱେର ଆବେଦନକୁ ଗ୍ରହଣ କରିବାକୁ ମନ କରିଦେଉଛି | ଉଚ୍ଚ ଶିକ୍ଷିତା ହୋଇ ମଧ୍ୟରେ ଆଜି ଆସାମର ପ୍ରିୟଙ୍କା ଚୁତିଆ ଚାକିରି ଖଣ୍ଡେ ପାଇଁ ଚେଷ୍ଟା ଜାରି ରଖିଛନ୍ତି | ବାରମ୍ବାର ଚାକିରି ପାଇଁ ଆବେଦନ କରିବା ପରେ ତାଙ୍କ ସାଙ୍ଗିଆ ଆବେଦନ ଗ୍ରହଣ କରାଯାଉନଥିବାକୁ ବିରକ୍ତ ହୋଇ ଏବେ ସେ ଫେସବୁକରେ ନିଜର ଦୁଃଖ ଜାହିର କରିଛନ୍ତି |

news18

ସୂଚନା ମୁତାବକ, ନ୍ୟାସନାଲ ସିଡ୍ କର୍ପୋରେସନ୍ ଲିମିଟେଡରେ ଚାକିରି କରିବା ପାଇଁ  ଅନଲାଇନ୍  ପୋର୍ଟାଲ୍ ମାଧ୍ୟମରେ ପ୍ରିୟଙ୍କା ଆବେଦନ କରିବାକୁ ଚାହିଁଥିଲେ | କିନ୍ତୁ ସାଙ୍ଗିଆ ବକ୍ସରେ ‘ଚୁତିଆ’ ଲେଖିବା ପରେ ତାଙ୍କୁ ଅପଶବ୍ଦ ନଲେଖି ସାଙ୍ଗିଆ ଲେଖିବାକୁ କୁହାଯାଇଥିଲା | ପୁଣି ଥରେ ସେ ‘ଚୁତିଆ’ ଲେଖିବାରୁ ତାଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲା | ଏହି ଘଟଣା ବିଷୟରେ ଜଣାଇ ପ୍ରିୟଙ୍କା ଲେଖିଛନ୍ତି ଯେ, ମୁଁ ଲୋକମାନଙ୍କୁ ପ୍ରକୃତରେ ବୁଝାଇବାକୁ ଚାହେଁ ଯେ, ମୁଁ ଅପଶବ୍ଦ ବ୍ୟବହାର କରୁନାହିଁ | ଏହା ଏକ ସମ୍ପ୍ରଦାୟ ଯେଉଁଠାରୁ ମୁଁ ଆସିଛି | ଏସବୁ ଘଟିବା ପରେ ମୁଁ ପ୍ରକୃତରେ ଦୁଃଖିତ ଏବଂ ହତାଶ ଅନୁଭବ କରୁଛି |

‘ଚୁତିଆ’ ଆସାମର ଏକ ସମ୍ପ୍ରଦାୟ ଏବଂ ଏହା ରାଜ୍ୟର ସର୍ବପୁରାତନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ | ଏହାକୁ ସେଠାରେ “ସୁତିୟା” ବୋଲି ଉଚ୍ଚାରଣ କରାଯାଏ | କିନ୍ତୁ ଏହାକୁ ଦେଶର ଅନ୍ୟ ସ୍ଥାନରେ ‘ଚୁତିଆ’ ବୋଲି ଉଚ୍ଚାରଣ କରାଯିବା ସହ ଲୋକେ ଏହାକୁ ଅପଶବ୍ଦ ବୋଲି କହିଥାନ୍ତି, ଯାହା ପାଇଁ ଏବେ ପ୍ରିୟଙ୍କାଙ୍କୁ ଚାକିରି ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର