ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଓଡ଼ିଶା ସମେତ ୯ ରାଜ୍ୟର ୬୦ ବିଧାନସଭା ପାଇଁ ଉପ ନିର୍ବାଚନ କରିବାକୁ ଭାରତର ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶର ସର୍ବାଧିକ ୨୭ଟି ବିଧାନସଭା ଆସନ, ମଣିପୁରରେ ୧୧ଟି, ଗୁଜରାଟରେ ୮ଟି, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ୪ଟି ଲେଖାଏ ଏବଂ ଝାଡ଼ଖଣ୍ଡ ଓ ଓଡ଼ିଶାରେ ୨ଟି ଲେଖାଏ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉପ ନିର୍ବାଚନରେ ଏକାଧିକ ନୂଆ କୌଶଳର ପ୍ରୟୋଗ କରାଯିବ। ଭୋଟରମାନଙ୍କୁ ପିପିଇ କିଟ୍ ପିନ୍ଧିବା ସହିତ ଇଭିଏମ୍ ମେସିନର ବଟନ୍ ଚପାଇବା ପାଇଁ ଟୁଥ୍ ପିକ୍ର ବ୍ୟବହାର ସକାଶେ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରାଯାଉଛି। ଏହାବ୍ୟତୀତ ସାର୍ବଜନୀନ ସ୍ଥାନ, ନିର୍ବାଚନ କାର୍ଯ୍ୟାଳୟ ତଥା ପୁଲିଂ ବୁଥ୍ରେ ସାମାଜିକ ଦୂରତା ପାଳନ କରାଯିବ। କୌଣସି ରାଜନୈତିକ ଦଳ ବଡ଼ ରୢାଲି କରିପାରିବେ ନାହିଁ। ଧାର୍ମିକ ଆୟୋଜନ ଓ ରାଜନୈତକ ସଭା ଉପରେ କଟକଣା ଜାରି କରାଯିବ। ଭୋଟଦାନ ସମୟରେ ପୁଲିଂ କେନ୍ଦ୍ରମାନଙ୍କରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ।
ଓଡ଼ିଶା ସମେତ ୯ ରାଜ୍ୟର ୬୦ ବିଧାନସଭା ପାଇଁ ଉପ ନିର୍ବାଚନ ନିଷ୍ପତ୍ତି
/sambad/media/post_attachments/wp-content/uploads/2019/12/vote-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)