ବିଧାନସଭା ନିର୍ବାଚନ ୨୦୧୮, ସଟ୍ଟା ବଜାର ଚଳଚଞ୍ଚଳ ଏମ୍‌ପି, ଛତିଶଗଡ଼ରେ ବିଜେପି ପାଇଁ ବାଜି

ରାଜସ୍ଥାନରେ କଂଗ୍ରେସ, କଂଗ୍ରେସ ପାଇଁ ବାଜି ଲଗାଇଲେ ବେଶି ଫାଇଦା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କେଉଁ ଦଳ ସରକାର ଗଢ଼ିବ, ତାହାକୁ ନେଇ ଏବେଠୁ ସଟ୍ଟା ବଜାର ଚଳଚଞ୍ଚଳ ହୋଇଉଠିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ବାଜିମାତ୍‌ ମାରିବ ବୋଲି ସଟ୍ଟା ବଜାର‌େର ଟଙ୍କା ଲଗାଉଥିବା ଲୋକମାନେ ଦାବି କରିଛନ୍ତି। ତେଣୁ ସେମାନେ ଏହି ଆଶାରେ ବିପୁଳ ଅର୍ଥ ଲଗାଇଛନ୍ତି। ‌େସହିଭଳି ରାଜସ୍ଥାନରେ ଏବେ ବିଜେପି ସରକାର ଚାଲୁଥିବା ବେଳେ ଆଗାମୀ ବିଧାନସଭା ନିର୍ବାଚନରେ କିନ୍ତୁ କଂଗ୍ରେସ ବିଜୟଲାଭ କରିବ ବୋଲି କୁହାଯାଉଛି ଏବଂ ଏଥିପାଇଁ ସଟ୍ଟା ବଜା‌ରରେ ବାଜି ଲାଗିଛି। ମଧ୍ୟ ପ୍ରଦେଶରେ ନଭେମ୍ବର ୨୮ରେ ନିର୍ବାଚନ ହେବାକୁ ଥିବା ବେଳେ ରାଜସ୍ଥାନରେ ଡିସେମ୍ବର ୭ ଏବଂ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୧୨ ଓ ୨୦ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୧୧ରେ ଏହି ୩ଟି ରାଜ୍ୟରେ ଭୋଟ୍‌ ଗଣତି ହୋଇ ଫଳ ପ୍ରକାଶ ପାଇବ। ଆଗାମୀ ବିଧାନସଭା ନିର୍ବାଚନକୁ ସେମିଫାଇନାଲ୍‌ ବୋଲି କୁହାଯାଉଛି। କାରଣ ଏଠାରେ ଯେଉଁ ଦଳର ପଲା ଭାରୀ ରହିବ, ସେ ହିଁ ୨୦୧୯ ଲୋକସଭା ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଛି। ତେଣୁ ଦଳଗୁଡ଼ିକ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ଉପରେ ଧ୍ୟାନ ଦେଉଥିବା ବେଳେ ସଟ୍ଟା ବଜାର ମଧ୍ୟ ସେହି ଅନୁପାତରେ ତା’ର କାର୍ଯ୍ୟ ଜାରି ରଖିଛି। ସଟ୍ଟା ବଜାରରେ ଏବେ ଅଧିକାଂଶ ଲୋକ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ପାଇଁ ବାଜି ଲଗାଇଛନ୍ତି। ସଟ୍ଟା ଖେଳୁଥିବା ଲୋକଙ୍କ ସୂତ୍ରରୁ ଜଣାଯାଇଛି ଯେ ଯଦି ‌ବିଜେପି ଉପରେ ୧୦,୦୦୦ ଟଙ୍କା ଲଗାଯାଏ ଏବଂ ଦଳ ନିର୍ବାଚନରେ ଜିତେ, ତେ‌େବ ୧୧,୦୦୦ ଟଙ୍କା ମିଳିବ। କିନ୍ତୁ କଂଗ୍ରେସ ସପକ୍ଷରେ ଟଙ୍କା ଲଗାଉଥିବା ଲୋକମାନେ ଅଧିକ ଲାଭବାନ ହେବେ। ଏହି ଦଳ ପାଇଁ ୪,୪୦୦ ଟଙ୍କା ଲଗାଉଥିବା ଲୋକଙ୍କୁ ଦଳ ଜିତିବା ପରେ ୧୦,୦୦୦ ଟଙ୍କା ମିଳିବ। ଭୋପାଳରେ ଏବେ ଦୈନିକ ହାରାହାରି ଦୁଇଜଣ ଲୋକ ସଟ୍ଟା ବଜାରରେ ଅର୍ଥ ଲଗାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର